Tuesday, August 23, 2022
Homeଆଲୋକ କୁମାର ବୋଷ ଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ୨୦୨୩ ପ୍ରଦାନ

ଆଲୋକ କୁମାର ବୋଷ ଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ୨୦୨୩ ପ୍ରଦାନ

ଜାତୀୟ  ବିଶ୍ୱ ଗୁରୁ ଭାରତ ସମ୍ମିଳନି ଓ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ   ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ  ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ   ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ଡଃ . ଆଲୋକ କୁମାର ବୋଷ ଙ୍କୁ ସାମାଜିକ ସେବା ପାଇଁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ୨୦୨୩  ଉପାଧି ରେ ସମ୍ମାନିତ କରାଯାଇଥିଲା।  ମୂଖ୍ୟ  ଅତିଥି ଭାବେ ଶ୍ରୀ ସଙ୍କର  ଲାଲୱାନି, ସାଂସଦ, ମଧ୍ୟପ୍ରଦେଶ, ଇନ୍ଦୋର , ଡଃ.ଦର୍କ୍ଷନ୍ ଅନ୍ଦ୍ରାବି ରାଜ୍ୟ ମନ୍ତ୍ରୀ, ଜାମୁ ଓ କଶ୍ମୀର ସମ୍ମାନୀୟ ଅତିଥି ଜଷ୍ଟିସ୍ ଶଶି  ମୋହନ୍ ଶ୍ରୀବାସ୍ତବ , ଇନ୍ଦୋର ,ଆଚାର୍ଯ୍ୟ ଡଃ. ରାଜା‌ଶାସ୍ତ୍ରୀ ମହାରାଜ, ଗୁଜରାଟ ଓ  ଡଃ . ରାଜିବ୍ ପାଲ୍, ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଙ୍କ ଉପସ୍ଥିତି ରେ ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ, ଅଧ୍ୟକ୍ଷ, ଅନ୍ତର୍ଜାତୀୟ ମାନବ ଅଧିକାର  ସୁରକ୍ଷା କାଉନସିଲ ଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ୨୦୨୩ ପାଇଁ ଉପାଧ୍ ପ୍ରଦାନ କରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତତ୍ ସଂଗେ ଜାତୀୟ  ବିଶ୍ୱ ଗୁରୁ ଭାରତ ସମ୍ମିଳିନି  ଏକ ପ୍ରମାଣ ପତ୍ର ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଡଃ ‌.ଆଲୋକ କୁମାର ‌ବୋଷ ଅନେକ ରାଜ୍ୟରେ ଅନେକ ଥର ସମାଜ ସେବା  ପାଇଁ ଅନେକ ଉପାଧି ରେ ସମ୍ମାନିତ ହୋଇଛନ୍ତି।ମାନବ ଅଧିକାର  ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ସହ ଶିକ୍ଷା ରୁ ବଞିତ ହେବା ଶିଶୁ  ମାନଙ୍କୁ ଆଜକୁ  ୨୫୭ ଶିଶୁ ଙ୍କୁ ଆର୍ଥିକ ସହଯୋଗ କରି ପ୍ରମୁଖ ଭୂମିକା ରେ ଓ ମାନବ‌ ସେବା ରେ ନିଜକୁ ‌ଉଚ୍ଛର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକ ଙ୍କୁ ସେବା କରି ଆସୁଛନ୍ତି।  ମଧ୍ୟ ପ୍ରଦେଶ ଇନ୍ଦୋର  ସମାଜ ସେବା ପାଇଁ ସମ୍ମାନିତ ଡଃ ଆଲୋକ କୁମାର ବୋଷ ଙ୍କୁ ବୁଦ୍ଧି ଜିବି ମହଲରେ  ପ୍ରଶଂସା ର ସୁଅ ଛୁଟିଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!