Tuesday, August 23, 2022
Homeଭାରତ ର ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା କୋଟପାଡ଼ ତହସିଲଦାର ଶକ୍ତି ମହାପାତ୍ର ଙ୍କୁ ଭୂମିପୁତ୍ର ସମ୍ମାନ

ଭାରତ ର ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା କୋଟପାଡ଼ ତହସିଲଦାର ଶକ୍ତି ମହାପାତ୍ର ଙ୍କୁ ଭୂମିପୁତ୍ର ସମ୍ମାନ

କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲଦାର ଶକ୍ତି ମହାପାତ୍ର ଙ୍କୁ ଆଜି ଦିଲ୍ଲୀ ର ବିଜ୍ଞାନ ଭବନ ଠାରେ ଭାରତ ର ରାଷ୍ଟ୍ରପତି ଶ୍ରୀମତି ଦୂର୍ପୁତା ମୁର୍ମୁ ଙ୍କ ଦ୍ଵାରା ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଜିଲ୍ଲା ରେ ଏଡି ଏମ କୋରାପୁଟ ରାମେଶ୍ବର ପ୍ରଧାନ,କୋରାପୁଟ ସବ୍ କଲେକ୍ଟର ବେଣୁଧର ପ୍ରଧାନ ଓ କୋଟପାଡ଼ ତହସିଲଦାର ଶକ୍ତି ମହାପାତ୍ର ଙ୍କୁ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଙ୍କ ଦ୍ଵାରା ଭୂମିପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ସୂଚନା ଯୋଗ୍ୟ ଯେ ରାଜସ୍ବ ବିଭିଗ ତରଫରୁ କରାଯାଇଥିବା ଡିଜିଟାଲ ଲେସନ ରେ ହେଉଥିବା ଭୁଲେଖ , ପଟ୍ଟା, ମେପ,ଓ ସମସ୍ତ ପ୍ରକାର ଓନ ଲାଇନ୍ ରେ କରାଯାଉଥିବା କାର୍ଯ୍ୟ ,ମୁଟେସନ,ଜମି ବିଭାଗ କରଣ,କନ୍ ଭର୍ସନ,ଇତ୍ୟାଦି ସମସ୍ତ କାର୍ଯ୍ୟ,ସହ ଅନ ଲାଇନରେ ହେଉଥିବା ବିଭିନ୍ନ ପ୍ରକାର ସର୍ଟି ଫିକେଟ ଇତ୍ୟାଦି ଦ୍ଵାରା ଲୋକେ ଉପକୃତ ହୋଇପାରିଛନ୍ତି।ତେଣୁ ଓଡ଼ିଶା ର 19ଟି ଜିଲ୍ଲାକୁ ଏହି ଭୂମିପୁତ୍ର ସମ୍ମାନ ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଲା ର କୋଟପାଡ଼ ତହସିଲ ଅନ୍ୟତମ।ଏହି ଖବର ଶୁଣିବା ପରେ କୋଟପାଡ଼ ଓକିଲ ସଂଘ ର ସଭାପତି ମଣି ପ୍ରସାଦ ପଟ୍ଟନାୟକ,ବରିଷ୍ଠ ଆଇନଜୀବି ଜିତେନ୍ଦ୍ର ନାଥ ମହାପାତ୍ର,ଉପ ସଭାପତି ପ୍ରଦୀପ କୁମାର ବକ୍ସି,ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର,ମହିଳା ଆଇନଜୀବି ବିଦ୍ୟୁତ୍ ଲତା ବକ୍ସି,ସମ୍ପାଦକ ଶଙ୍କର ପଣ୍ଡା,ପ୍ରମୁଖ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ ଭୂମି ଅନୁସନ୍ଧାନ ବିଭାଗ ଦ୍ଵାରା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ର ଊ ପଦୀ ମୁର୍ମୁ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!