ସ୍ଥାନୀୟ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଅକ୍ସଫୋର୍ଡ ପବ୍ଲିକ ସ୍କୁଲରେ ବାଲ ଗଙ୍ଗାଧର ତିଳକ ଓ ଚନ୍ଦ୍ର ଶେଖର ଆଜାଦ୍ ଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଆୟୋଜିତ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ଅଶୋକ କୁମାର ପାଳ ଯୋଗଦେଇ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ ଭାରତ ସ୍ଵାଧୀନତା ରେ ଉଭୟ ସଂଗ୍ରାମୀଙ୍କ ଭୂମିକାକୁ ଆଲୋକପାତ କରି ତାଙ୍କ ପାଦ ଅନୁସରଣ କରି ନିଜକୁ ଶ୍ରେଷ୍ଠ ଭାରତୀୟ ଭାବେ ଗଢି ତୋଳିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।ପ୍ରଶାସକ ରମାକାନ୍ତ ରଥ ଉଭୟ ସଂଗ୍ରାମୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ନିଜ ନିଜ ବକ୍ତବ୍ୟରେ ସଂଗ୍ରାମୀଙ୍କ ସଂଗ୍ରାମ ଜୀବନ ଓ ଭାରତର ସ୍ଵାଧୀନତା ସଂଗ୍ରାମର ପୃଷ୍ଠ ଭୂମି ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶାସକ ରବି ପ୍ରସାଦ ସାହୁକାରଙ୍କ ତତ୍ବାବଧାନରେ ପ୍ରଶାନ୍ତ ମାଥାନ, ସରୋଜ ଆଚାର୍ଯ୍ୟ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର