ଭାରତୀୟ ମଜଦୁର ସଂଘ(ବିଏମଏସ) ର ୬୯ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ସକାଳେ ନାଲକୋ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ସଂଘ ପତାକା ଉତ୍ତୋଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ସଭାକାର୍ଯ୍ୟ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ସୁଶିଲ କୁମାର ପାଢୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଉଦଘାଟନ କରିଥିଲେ।ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ବିନୟ କୁମାର ତ୍ରିପାଠୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ ରଖିଥିଲେ।ବିଏମଏସ ସର୍ବଭାରତୀୟ ସ୍ତରରେ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ ବୃଦ୍ଧିକରି 'ଲିଭିଂ ୱେଜ'(ପରିବାର ଚଳାଇବା ପାଇଁ ମାନକ ଆଧାରରେ ମଜୁରୀ ) ରେ ପ୍ରାପ୍ୟ ପ୍ରଦାନ ପାଇଁ ପ୍ରୟାସ କରୁଥିବା ଶ୍ରୀ ତ୍ରିପାଠୀ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି- ୨୦ ଦେଶ ସମୂହର ନେତୃତ୍ୱ ନେବାପରେ ବିଦେଶରେ ରହୁଥିବା ଭାରତୀୟ ଶ୍ରମିକଙ୍କ ସ୍ବାର୍ଥ ରକ୍ଷା,ସେମାନଙ୍କୁ ସଂଗଠିତ କରି ସାମାଜିକ ସୁରକ୍ଷା ଆଦି ଯୋଗାଇବା ପାଇଁ 'ଲେବର-୨୦'ର ଚେୟାରମ୍ୟାନ ପାଇଁ ବିଏମଏସ କୁ ଦାୟିତ୍ୱ ଦେଇଥିବା ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।ନାଲକୋ ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା,ସୁରେଶ ଚନ୍ଦ୍ର ସାମଲ,କମଳ ଲୋଚନ ଜେନା ଓ ଏଚ.ଏସ. ପଣ୍ଡା ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ନିଜ ନିଜ ବକ୍ତବ୍ୟରେ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଏମଏସ ଏକ ଶୃଙ୍ଖଳିତ ସଂଗଠନ।ଏହା ଅଧିନସ୍ଥ ଶ୍ରମିକ ସଂଘର ସଦସ୍ୟମାନେ ନାଲକୋ ଅଭିବୃଦ୍ଧିରେ ସହଯୋଗ କରି ଆସୁଥିବା ପ୍ରକାଶ କରିଥିଲେ।ନାଲକୋ ମଜଦୂର ସଂଘ ସଭାପତି ଆଲୋକ ଚୌଧୁରୀ ଉତ୍ସବରେ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀକାନ୍ତ ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିଲେ।ସାଧାରଣ ସମ୍ପାଦକ ଆଲୋକ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହେଶ୍ବର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ବିଏମଏସ ଅନୁବନ୍ଧିତ ନାଲକୋ ମଜଦୁର ସଂଘ,ନାଲକୋ ମାଇନ୍ସ ମଜଦୂର ସଂଘ, ନାଲକୋ ଠିକାଦାର କର୍ମଚାରୀ ସଂଘ ଓ ନାଲକୋ ମାଇନ୍ସ ଠିକାଦାର କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।ନୀଳକୃଷ୍ଣ ରଥ,ଅଶୋକ ଦାସ,ପି କେ ମୁନି,ପ୍ରଶାନ୍ତ କୁମାର ସାହୁ,ଅନାମ ଚରଣ ନାୟକ,ଶିବ ପ୍ରସାଦ ମହାନ୍ତି,ଅଶୋକ ଦାଶ,ଶମ୍ଭୁ ପାତ୍ର,ସୂର୍ଯ୍ୟ ମହାନ୍ତି, ରଶ୍ମି ରଞ୍ଜନ ପଣ୍ଡା,ଶୁଭ୍ରଜିତ ଜେନା,ଈଶ୍ୱର ଚନ୍ଦ୍ର ପାତ୍ର,ରାଜେନ୍ଦ୍ର ପାତ୍ର,ପ୍ରେମବ୍ରତ ରାଉତ,ଆଲୋକ ଖରା,ଶ୍ୟାମ ଗୌଡ଼ ସନ୍ଦୀପ କୁମାର ପଢ଼ିଆରୀ,ଉଦୟଦାସ କୁଳଦୀପ,ମନୋଜ ନାୟକ ଓ ବିଶ୍ଵଜିତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।