ଗୋଲାମୁଣ୍ଡା /24/7/23 /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ରେଙ୍ଗସାପାଲି ପଂଚାୟତର ପିତାଗୁଡା ଗ୍ରାମରେ ଅନେକ ସମସ୍ୟା ଦେଖିବାକୁ ମିଲୁଛି, ସେଥି ମଧରୁଏକ ବିକଳାଙ୍ଗ ଙ୍କ ସମସ୍ୟା,ଏକ ଦିବ୍ୟାଙ୍ଗ ମହିଳା, ଯାହାର କି ବାପା ମାଆ ଭାଇ ଭଉଣୀ ଠାରୁ ମଧ୍ୟ ସର୍ବ ହରାହୋଇ ଦୀର୍ଘ ଦିନ ଠାରୁ ଦିବ୍ୟାଙ୍ଗ ହେବାରୁ ଅନେକ କଷ୍ଟରେ ଜର୍ଜରିତ ହୋଇ କାଳାତିପାତ ଭୋଗିବାକୁ ପଡିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି,ଦୁଇ ହାତ ଏବଂ ଦୁଇଟି ଗୋଡ଼ର ଆଣ୍ଠୁଭରାରେ ଘୁଷୁଡ଼ି ଘୁଷୁଡ଼ି ଚାଲିବା ଦୃଶ୍ୟ ତାହାର ଚାଲିବ ଦୃଶ୍ୟମାନ ଫଟୋ ଚିତ୍ରର କୋଇଦରେ ଦର୍ଶକକୁ ଦେଖାଉଛୁ , ଦିବ୍ୟାଙ୍ଗ ସତମତି କୁ ସରକାରୀ ସୁଭିଧା କେବଳ ରାସନ ଚାଉଳ ଓ ବିକଳାଙ୍ଗ ଭତ୍ତା ବ୍ୟତୀତ କୌଣସି ସୁଭିଧା ନାହିଁ, ସାଇପଡିଶା ଲୋକେ ପାଣି ଦେଲେ ତୋ ଶୌଚ ହେଉଛି, ନଚେତ ବିନା ଗାଧୁଆ ରେ ଥିଲେ ଦେହ ଦୁର୍ଗନ୍ଧ, ଗ୍ରାମର ଲୋକେ ଦୟାକଲେ ତୋ ଭତ୍ତା ଆଉ ଚାଉଳ ଆଣି ଦେଲେ ସେହି ଚାଉଳ କୁ ସାଇ ପଡିସା ମାଆ ଭଉଣୀ ମାନେ ରୋଷଇ କରି ଖାଦ୍ୟ ଦେଲେ ଖାଏ, ହେଲେ ଝାଡ଼ା ପରିସ୍ରା ଯିବାରେ ଖୋବ ଅସୁଭିଧା ହେତୁ ଟ୍ରାଏସାଇକେଲ ଯୋଗାଇ ଦେବା ପାଇଁ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଓ ବ୍ଲକ ଅଧକ୍ଷ ଙ୍କୁ ଦିବ୍ୟାଙ୍ଗ ମହିଳା ସତମତି ନିବେଦନ କରିବା ସହିତ ଗ୍ରାମର ଭୀମ ମାଝୀ, ଗୋକୁଳ ଧରୁଆ ପ୍ରମୁଖ ଦାବି କରିଛନ୍ତି ଯେ ତୁରନ୍ତ ସତମତି ଙ୍କୁ ଟ୍ରାଏ ସାଇକେଲ ଯୋଗାଇ ଦେବା ପାଇଁ, ଏହି ସମ୍ପର୍କରେ ବଡ଼ିଓ ଶ୍ରୀଧର ପଣ୍ଡା ଙ୍କୁ ଟ୍ରାଏ ସାଇକେଲ ପାଇଁ ଫୋନରେ ପରାମର୍ଶ କରିବାରୁ ସେ କହିଛନ୍ତିଯେ ଅଳ୍ପ ଦିନ ମଧ୍ୟରେ ଟ୍ରାଏ ସାଇକେଲ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ତେବେ ଦେଖିବାକୁ ବାକି ରହିଲା ଟ୍ରାଏ ସାଇକେଲ ର ପ୍ରତିଶୃତି,
ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ଓଡିଶା ଷ୍ଟେଟ ନିୟୁଜ ପ୍ରତିନିଧି,