ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୫ ଜଣ ଛାତ୍ରଛାତ୍ରୀ ନିକଟରେ ସରକାରୀ, ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ ପଦ-ପଦବୀରେ ଅବସ୍ଥାପିତ ହୋଇଛନ୍ତି ।
ସେମାନେ ହେଲେ ଏମ୍. ଏ. ୨୦୧୩-୧୫ ବ୍ୟାଚ୍ ଓ ଏମ୍ ଫିଲ୍ ୨୦୧୭ ବ୍ୟାଚ୍ର ଅନିରୁଦ୍ଧ ଜେନା କାଶୀପୁର (ଉତ୍ତରାଖଣ୍ଡ)ର ଆଇଆଇଏମ ର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ ଯୋଗ ଦେଇଛନ୍ତି ଏମ୍ଏ ୨୦୧୭-୧୯ ବ୍ୟାଚ୍ ର ଜୟଦେବ ମଜୁମଦାର ଓ ଏମଏ ୨୦୨୦-୨୨ ବ୍ୟାଚର ପ୍ରମୋଦ ତାଡିଙ୍ଗୀ ଓଡ଼ିଶା ରାଜ୍ୟ ଗୋଦାମ ନିଗମରେ ସହକାରୀ ଅଧୀକ୍ଷକ ଭାବେ ଯୋଗ ଦେଇଛନ୍ତି । ସେହିପରି ବାଲେଶ୍ୱରସ୍ଥିତ ଟାଟା ପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ରେ କର୍ପୋରେଟ୍ କମ୍ୟୁନିକେସନରେ କାର୍ଯ୍ୟନିର୍ବାହୀ ଟ୍ରେନି ଭାବେ ଯୋଗ ଦେଇଛନ୍ତି ଏମ୍ ଏମ୨୦୨୧-୨୩ ବ୍ୟାଚର ଅମିଷା ସରଘରିଆ ଏବଂ ଭୁବନେଶ୍ୱରସ୍ଥିତ ଜେବି କନସଲଟାନ୍ସି ଆଣ୍ଡ ଷ୍ଟ୍ରାଟେଜିଜ୍, ରେ ଜନ ସମ୍ପର୍କ ଏକ୍ଜିକ୍ୟୁଟିଭ୍ ଭାବେ ଯୋଗ ଦେଇଛନ୍ତି ଏମ. ଏ. ୨୦୨୧-୨୩ ବ୍ୟାଚ୍ ର ମ୍ରିତ୍ସା ହୋତା ।
ଏହି ଅବସରରେ ବିଶ୍ୱବିଦ୍ୟାଳର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗର ସଫଳତା ପାଇଁ କୃତୀ ଛାତ୍ର-ଛାତ୍ରୀ ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସାମ୍ବାଦିକତା ଓ ଗଣଯୋଗାଯୋଗରେ ଦୁଇ ବର୍ଷିଆ ଏମ. ଏ. ଏବଂ ପିଏଚ. ଡି. ପାଠ୍ୟକ୍ରମ ପ୍ରଦାନ କରୁଛି ।