Tuesday, August 23, 2022
Homeଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ପାଳନ।ବ୍ରହ୍ମପୁର

ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ପାଳନ।ବ୍ରହ୍ମପୁର

ସ୍ଥାନୀୟ ରାମ ହରି ଶିଶୁ ମନ୍ଦିର ଠାରେ ଗଞ୍ଜାମ ଜିଲ୍ଲା ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ମନ୍ତ୍ରୀ ମୁଖ୍ୟ ବକ୍ତା ଶ୍ରୀ ଗିରିଶ ଚନ୍ଦ୍ର ମହନ୍ତ, ମୁଖ୍ୟ ଅତିଥି ଶ୍ରୀ ବିନୋଦ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଶ୍ରୀ ଲିଙ୍ଗରାଜ ସାହୁ ଓ ଶ୍ରୀମତୀ ସରିତା ପଣ୍ଡା ଉପସ୍ଥିତ ରହି ସଭାର ଶୋଭା ବୃଦ୍ଧି କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାବତ ଭାଷଣ ସଭା କହିଥିଲେ ଯେ କେନ୍ଦ୍ର ସରକାର କରୋନା ବିପଦ ସମୟରେ କୋଟି କୋଟି ଟଙ୍କା ପ୍ରବାସୀ ଗରିବ ମଜଦୂର ମାନଙ୍କୁ ଦେଇଥିବା ବେଳେ ରାଜ୍ୟ ସରକାର ୧୦ଲକ୍ଷ୍ ଗରିବ ମଜଦୂର ମାନଙ୍କୁ ଦେଇଥିଲେ।ଆଉ ବାକି ଅର୍ଥକୁ ଚଳୁ କରିବାକୁ ବସିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ଅଞ୍ଜନା ମହାପାତ୍ର ଧନ୍ୟବାଦ୍ ଦେଇଥିଲେ।କାର୍ଯ୍ୟକାରୀ ସଭାପତି ଶ୍ରୀ ଭବାନୀ ଶଙ୍କର ଦାସ, ଅଙ୍ଗନବାଡ଼ିର ରାଜ୍ୟ ଉପସଭାପତି ତଥା ଜିଲ୍ଲା ସହ ସମ୍ପାଦିକା ଶ୍ରୀମତୀ ଅମିତା ସାହୁ, ଆଶା କର୍ମୀ ସଙ୍ଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରେଣୁବାଳା ସାହୁ, ଶ୍ରୀ ରାମ କୃଷ୍ଣ ପଟ୍ଟନାୟକ, ମଞ୍ଜୁବାଲା ପାଣିଗ୍ରାହି,ଆମ୍ଭୂଜାସାହୁ, ଅର୍ଜୁନ ବେହେରା, ସସ୍ମିତା କୁମାରୀ ପାଢ଼ୀ, ବବିତା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!