Tuesday, August 23, 2022
Homeବରଗଛ ଉପୁଡ଼ି ଭାଙ୍ଗିଲା ୭ ଘର , ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସ୍ଥାନାନ୍ତର ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ

ବରଗଛ ଉପୁଡ଼ି ଭାଙ୍ଗିଲା ୭ ଘର , ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସ୍ଥାନାନ୍ତର ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ

ମାଲକାନଗିରି : ଗତ ୬ଦିନ ହେବ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଏହି ବର୍ଷାରେ ମାଲକାନଗିରି ଜିଲ୍ଲା ସଦର ମହକୁମା ୧୫ ନମ୍ବର ୱାର୍ଡ ରିକ୍ଲାମେସନ କଲୋନୀ କଳାହାଣ୍ଡି ସାହିରେ ଥିବା ଦୁଇଟି ବଡ଼ ବରଗଛ ଗତକାଲି ମଧ୍ୟରାତ୍ରରେ ଉପୁଡି ପଡିଛି। ଯାହା ଫଳରେ ଗଛ ନିକଟରେ ଥିବା ୭ଟି ଘର ଭାଙ୍ଗି ଯାଇଛି।
ବର୍ଷା ଲାଗି ରହି ଥିବାରୁ ଗଛ ଉପୁଡ଼ି ପଡିବାର ସମ୍ଭାବନାକୁ ଦେଖି , ଗୁରୁବାର ରାତ୍ରରେ ପୌର ପରିଷଦ ପକ୍ଷରୁ ଏହି ୭ଟି ଘରର ପରିବାର ଲୋକଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରି ଦିଆଯାଇ ଥିଲା । ଯଦ୍ୱାରା ଲୋକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରିବାର ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ସତକୁ ସତ ଗତକାଲି ବିଳମ୍ବିତ ରାତ୍ରରେ ଦୁଇଟି ଯାକ ଗଛ ଉପୁଡି ପଡ଼ି ୭ଟି ଯାକ ଘର ଉପରେ ପଡି ଯାଇଥିଲା। ଘରଗୁଡିକ ଭାଙ୍ଗି ଯିବା ସହିତ ଆସବା ପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି। ଖଲ୍ଲିକୋଟ ଏନଏସିରେ ୧୧ତମ କାଉନ୍ସିଲ ବୈଠକ , ମୁକ୍ତା ଯୋଜନାରେ ଖର୍ଚ୍ଚ ହେବ ୩ କୋଟି ୯୬ ଲକ୍ଷ ଟଙ୍କା
ଆଜି ସକାଳେ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, କାଉନ୍ସିଲର, ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରିଛନ୍ତି। ମାଲକାନଗିରି ଅଗ୍ନିଶମ ଅଧିକାରୀ କମଳ ଗୌଡ଼ଙ୍କ ନେତୃତ୍ୱରେ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଗଛଗୁଡିକୁ କାଟି ଘର ଉପରୁ ହଟାଇଛନ୍ତି। ସ୍ଥାନାନ୍ତର ହୋଇଥିବା ସାତଟି ପରିବାରର ୩୩ ଜଣଙ୍କୁ ଆଜି ମଧ୍ୟାହ୍ନ ଓ ରାତ୍ରରେ ପୌର ପରିଷଦ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଛି। ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!