Tuesday, August 23, 2022
Homeସବୁବେଳେ ଚର୍ଚ୍ଚାରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମୋନହର ରନ୍ଧାରୀ

ସବୁବେଳେ ଚର୍ଚ୍ଚାରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମୋନହର ରନ୍ଧାରୀ

ବି.ଦ୍ର:-ଚାଷୀଙ୍କ ସହ ଜମିରେ ହୋଲ ଲଙ୍ଗଳ ଧରି ଚାଷ କଲେ ବିଧାୟକ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ର ଶ୍ରେଷ୍ଠ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସବୁବେଳେ ନିଜେ ନିଜକୁ ଚର୍ଚ୍ଚା ସାଉଣ୍ଡି ବାରେ ଲାଗିଛନ୍ତି। ଆଜି ଚାଷୀଙ୍କ ସହ ଜମିରେ ହୋଲ ଲଙ୍ଗଳ ଧରିବା ସହ ପଳାମଧ୍ୟ ରପିଲେ  ବିଧାୟକ...ବିଧାୟକ ହେବେତ ଏମିତି। ୧୨ ମାସରେ ୧୩ ପର୍ବ ଭଳି  ବିଧାୟକ  ମଧ୍ୟ ପ୍ରତି ମାସରେ ଜନତାଙ୍କ ସେବା କାର୍ଯ୍ୟରେ  ନିଜକୁ ନିୟୋଜିତ କରି ଲାଗିଥାନ୍ତି। ଟିକିଏ ସମୟ ପାଇଗଲେ ସେ ଘରେ ବିଶ୍ରାମ ନ କରି ଦିନ ରାତି ଜନତାଙ୍କ ଠାରେ ନିଜ ଜୀବନ ବାଜି ଲଗାଇ ଥିବା ବେଳେ  ଅନେକ ଉପାନ୍ତ ଗ୍ରାମ ଗୁଡ଼ିକକୁ  ଯାଇ ମହିଳା ମାନଙ୍କୁ ଜମିରେ ଧାନ ରୁଆ କରୁଥିବା ବେଳେ ହାଜର ହୋଇ ଯାଇଥାନ୍ତି। ମହିଳା ମାନେ ଆମର ବିଧାୟକ ଆଜ୍ଞା  ଗାଡ଼ିରେ ଆଦିବାସୀ ଭାଷାରେ ଗୀତ ବଜାଇ  ବଜାଇ ଆଇସିଚେ (ଦେଖି ଦେକା ଗାଡ଼ି ଲଗେ କେତେ କାଇଟା ଦେବାକେ ଆନ୍ ସିଚେ) ଏଭଳି କହି   ଭାବ ବିହ୍ଵଳ ହୋଇଥାନ୍ତି।କିଛି ସମୟ ପାଇଁ ଜମିରେ ହସ ଖୁସି ରେ ମହିଳା ମାନେ ପଲିଥିନ୍ ଚା, ବିସ୍କୁଟ, ଜିଲାପି, ମିକ୍ଚର,ଖଡୁ,ଲଡୁ ପାଇବା ପରେ ବିଧାୟକ ମହିଳା ମାନଙ୍କ ସହିତ କୋରାପୁଟିଆ ଆଦିବାସୀ ଭାଷାର ସଙ୍ଗୀତର ତାଳେ ତାଳେ ନାଚିବାର ମଜା ନେଇ ବର୍ଷା ଭିଜା ପାଣିରେ ଆନନ୍ଦ ପାଇଥାଆନ୍ତି । ସେ ଏଭଳି କାର୍ଯ୍ୟକ୍ରମ ତାଙ୍କ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବାବେଳେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରି ଆସୁଥିଲେ। ଗତ ବର୍ଷ ୨୦୨୨ରେ  ଅକସ୍ମାତ୍ କୌଣସି କାରଣ ରୁ ତାଙ୍କ ଗୋଡ଼  ଖରାପ ହୋଇଯାଇଥିଲା। ଡକ୍ଟର ତାଙ୍କୁ କିଛି ଦିନ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ ହେଲେ ମଧ୍ୟ ବାଙ୍କୁଲି ବାଡ଼ି ଧରି ମଧ୍ୟ ନିଜେ ଜନତାଙ୍କ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ କୁ ଯାଇ ମହିଳା ମାନଙ୍କୁ ଜମିରେ ଯାଇ ହସ ଖୁସି କରିବା ସହିତ  ନିଜ ଗାଡ଼ିରେ ନିଜ ଖର୍ଚ୍ଚ ରେ ଆଣିଥିବା ଜିନିଷ ବଣ୍ଟନ କରୁଥିଲେ।ସେ ଗତ କାଲି ନିଜ ନିର୍ବାଚନ ମଣ୍ଡଳୀର ମଇଦଲପୁର ଅଞ୍ଚଳ ର ଜମିରେ ମହିଳା ମାନଙ୍କ ସହିତ ଦେଖା କରିବା ସହିତ ସମସ୍ତ ଙ୍କ ସହିତ ମିଶିବା ତାଙ୍କ ମନରେ କେତେ ଖୁସି ଲାଗି ଥାଏ କହିଲେ ନ ସରେ। ପୂର୍ବରୁ ନିଜକୁ ଚାଷୀ ପୁଅ ବୋଲି  ହଳ ଧରି ଥିବା ବେଳେ କେତେ ବେଳେ ଧାନ କାଟିବା ଧାନ ବୋହିବା, କୌଣସି ବ୍ୟକ୍ତିର ହଟାତ୍ ଦୁର୍ଘଟଣା ହେଲେ ତୁରନ୍ତ ନିଜ ଗାଡ଼ି ରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ଭଳି   ଅନେକ ଉଦାହରଣ ଦେଖିବାକୁ ମିଳିଥିଲା। ଏଭଳି ଲୋକ ପ୍ରିୟ ବିଧାୟକ  ନବରଙ୍ଗପୁର ଜିଲ୍ଲାରେ କେବଳ ଜଣକୁ ହିଁ ଦେଖିବାକୁ ମିଳୁଛି ବୋଲି ଜିଲ୍ଲା ବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି। ନିଜେ ନାଚି ଅନ୍ୟ ମାନଙ୍କୁ ନଚାଇବା ସହ ଜନତାଙ୍କୁ ଖୁସି କରାଇ ନିଜେ ଆନନ୍ଦ ହେବା ବିଧାୟକ ହେଉଛନ୍ତି ଏ lଯେ କୌଣସି କାର୍ଯ୍ୟକ୍ରମ ରେ ବିଧାୟକ ଆସିଲେ ଜନତା ଏତେ ଭାବ ବିହ୍ଵଳ ହୋଇ ଯାଉଥାନ୍ତି କହିଲେ ନ ସରେ , ସତେ ଯେମିତି ନିଜ ଜନ୍ମ କରିଥିବା ମା ନିଜ ପୁତ୍ର କୁ ଅନେକ ବର୍ଷ ପରେ ଘରେ ଆସିଲେ ଯେମିତି ଖୁସି ବିଧାୟକ ଆସିଲେ ସେମିତି ଖୁସି ଲାଗେ ବୋଲି ଜନ ସାଧାରଣଙ୍କ ଠାରୁ  ଶୁଣିବାକୁ ମିଳୁଛି।ଏ ନେଇ ଆମେ ବିଧାୟକ ଙ୍କୁ ପଚାରି ବାରୁ  ତାଙ୍କ ପ୍ରତିକ୍ରିୟା ରେ ସେ କହିଥିଲେ, ଜନତା ହେଉଛନ୍ତି ମୋ ପାଇଁ ଭଗବାନ,  ତେଣୁ ନିଜେ କେବେ ଘରେ ବସି ରହିବାକୁ ଇଚ୍ଛା କରେ ନାହିଁ,  ସବୁବେଳେ ତାଙ୍କ ସହିତ ସମୟ ଅତିବାହିତ କରିବାକୁ ଚେଷ୍ଟା  କରେ ବୋଲି କହିବା ସହିତ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସେ କହିଛନ୍ତି।ରିପୋଟ ମିହୀର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!