ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ନିଖିଳଉତ୍କଳ ପଞ୍ଚାୟତକାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ,ଓଡିଶା,ନବରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ସଭାପତି ଦୟାନିଧି ଦାସ ଙ୍କ ସଭାପତିତ୍ବରେ ପୂର୍ବତନ ସଭାପତି ଏ ଡି ପ୍ରସାଦ, ସମ୍ପାଦକ କୈଳାସ ସିଂ ସେଙ୍ଗର,ପୂର୍ବତନ ସମ୍ପାଦକ ନିତ୍ୟାନନ୍ଦ ନାୟକ,କୈଳାସ ଚନ୍ଦ୍ର ପାଣିଗ୍ରାହୀ,ଉତ୍କଳ ଭତ୍ରl, ହନୁ ନାୟକ,ମନୁରାମ ଭତ୍ରl,କୃଷ୍ଣଚନ୍ଦ୍ର ଦୁରିଆ, ସୁବାସ ଚନ୍ଦ୍ର ଢାଲି, କମଳ ସିଂ ରାଜପୁତ୍,ରାଜେନ୍ଦ୍ର ସାହୁ, ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସମେତ ୧୦ ଗୋଟି ବ୍ଳକ ରୁ ଆସିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ୪ ଦଫା ଦାବୀ ଉପରେ ବ୍ୟାପକ ଆଲୋଚନା ରଖିଥିଲେ l ୪ ଦଫା ଦାବୀ ମଧ୍ୟରେ (୧) ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରବେଶିକ ଶିକ୍ଷା ଗତ ଯୋଗ୍ୟତା + ୨ ରୁ +୩(ସ୍ନାତକ)କରିବା ସହ ପେ ଲେବୁଲ- ୫ ର ଟ୨୧୭୦୦ରୁ ପେ ଲେବୁଲ-୯ ର ଟ୩୫୪୦୦ ମଞ୍ଜୁର କରାଯାଉ l (୨)ଦଶ ବର୍ଷ ଚାକିରି ପୂରଣ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ପଦବୀ ସ୍ରୁଷ୍ଟି କରି ଅବସ୍ଥାପିତ କରାଯାଉ ଏବଂ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (GPDO) ପଦବୀ କୁ ୧୦୦% ଶତ ପ୍ରତିଶତ ପଦୋନ୍ନତି ର ବ୍ୟବସ୍ଥା କରାଯାଉ l(୩)ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରଚଳିତ କ୍ୟାଡର ରୁଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ l( ୪)ଆର୍ ଏ ସି ପି ପାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଅବସରକାଳୀନ ପେନସନ୍ ଓ ପରିବାର ପେନସନ ପ୍ରଦାନ କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟରୁ ବ୍ୟକ୍ତି ଗତ ଆଦେଶ ନ ଆଣି ସମସ୍ତ ଆର ଏ ସି ପି ପାଇଥିବା ଅବସର ନେଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ବିଭାଗୀୟ ପତ୍ର ଆଦେଶ ମାଧ୍ୟମରେ ପେନସନ୍ ପ୍ରଦାନ କରିବା ଭଳି ୪ ଦଫା ଉପରେ ସମସ୍ତଙ୍କୁ ବ୍ୟାପକ ଭାବେ ଅବଗତ କରାଇ ଥିଲେ l ରାଜ୍ୟରେ ତା ୨୬୵୦୭୵୨୦୨୩ରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଚାରି ଦଫା ଦାବୀ ଉପରେ ସରକାର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ,ସରକାର ଦାବୀ ପୂରଣ ନ କରିଲେ କଳା ବ୍ୟାଚ୍ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧାରଣ କରିବେ lପରେ କଲମ ଛାଡ ଆନ୍ଦୋଳନ ସମସ୍ତେ କରିବା ପାଇଁ ନିଷ୍ପତ୍ତି ନିଆ ଯାଇ ଥିଲା l ରାଜ୍ଯ ସଂଘ ର ନିଷ୍ପତ୍ତି ଯେତେବେଳେ ଯାହା ଆସିବ ଜିଲ୍ଲା ସଂଘ ତାହା ପାଳନ କରିବା ପାଇଁ ସମସ୍ତେ ସହମତି ପ୍ରଦାନ କରିଥିଲେ l ସଭାପତି, ପୂର୍ବତନ ସଭାପତି, ପୂର୍ବତନ ସମ୍ପାଦକ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସମ୍ପାଦକ ଶ୍ରୀ ସେଙ୍ଗର ସଂଘ ସହ ଜଡିତ ହେବାକୁ ହେଲେ ତିନୋଟି ଡି ର ଆବଶ୍ୟକତା ରହିଛି ଯଥା– ଇଛା, ଦୃଢ଼ ପ୍ରତିଜ୍ଞା, ସମର୍ପଣ (Desire,Determination,Dedication)lପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ବିଭିନ୍ନ ପଦ ପଦବୀରେ ଭାରପ୍ରାପ୍ତ ଅଧିକାରୀ ରଖିବା ସତ୍ତ୍ୱେ ନିଜ ଦାୟିତ୍ଵ ରେ ବହୁ ପଞ୍ଚାୟତ ରେ ଜଣେ ଅଧିକାରୀ ହୋଇ କାମ କରୁଛନ୍ତି lଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ସଂଘ ୪ ଦଫା ସରକାର ଙ୍କୁ ଅବଗତ କରାଇବ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର