Tuesday, August 23, 2022
Homeଖଲିକୋଟ ରାଣୀ ମାଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଖଲିକୋଟ ରାଣୀ ମାଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଗଞ୍ଜାମ ଜିଲ୍ଲା କୋଦଳା ସ୍ବର୍ଣ୍ଣମଇ ହାଇସ୍କୁଲ ଠାରେ ଆଜି କବିସୂର୍ଯ୍ୟନଗର ପୂର୍ଵତନ ବିଧାୟିକା ତଥା ଖଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ ଆଜି କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ଵାବଧାନ ରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଉଦ୍ଧଘାଟନ କରିଥିଲେ  । ଏହି କାର୍ଯ୍ୟକ୍ରମ ରେ କୋଦଳା ଏନ ଏ ସି ର କାଉଁସିଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ, ଜିତୁ ପ୍ରଧାନ, ସିମାଞ୍ଚଳ ଖଟେଇ ,କୋଦଳା ଏ ନେ ସି ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ , କୋଦଳା ଯୁବ ସଭାପତି ସୁଦାମ ମାହାନ୍ତି , ୪୪ ନଂ ଜୋନ ଜିଲ୍ଲା ପରିଷଦ କଲ୍ୟାଣୀ ପାତ୍ର , ବ୍ଲକ ସଭାପତି ସିମାଞ୍ଚଳ ସାମଲ, ବିଜୟ ମହାପାତ୍ର , ରୂପ ରଞ୍ଜନ ସାହୁ ଙ୍କ ସମେତ ବହୁ ବିଜେଡି କର୍ମୀ ସହଯୋଗ କରିଥିଲେ ।
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!