Tuesday, August 23, 2022
Homeମୋହନାରୁଟ୍ରକସହ୧୮କୁଇଣ୍ଟାଲ ଅଡ଼ବାରୁ ୩୭ କୁଇଣ୍ଟାଲ ମୋଟ ୫୫କୁଇଣ୍ଟାଲ ଗଞ୍ଜେଇ ଜବତପୋଲିସ ଦୁଇ ଅନ୍ତଃ ରାଜ୍ୟ ଗଞ୍ଜେଇ ମା

ମୋହନାରୁଟ୍ରକସହ୧୮କୁଇଣ୍ଟାଲ ଅଡ଼ବାରୁ ୩୭ କୁଇଣ୍ଟାଲ ମୋଟ ୫୫କୁଇଣ୍ଟାଲ ଗଞ୍ଜେଇ ଜବତପୋଲିସ ଦୁଇ ଅନ୍ତଃ ରାଜ୍ୟ ଗଞ୍ଜେଇ ମା

ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲା ମୋହନା ପୋଲିସ କମଳାପୁର ନାକା ଗେଟ ଠାରେଯାନବାହନ ଯାଞ୍ଚ କଲାବେଳେ ଏକ ଟ୍ରକରୁ ୫୪ଟି ବସ୍ତାରେ ଥିବା ୧୮ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି। ଉକ୍ତ ଗଞ୍ଜେଇ ଅଡବା ଥାନା ଅନ୍ତର୍ଗତ ହାଚିପଙ୍କା ଗ୍ରାମରୁ ମହାରାଷ୍ଟ୍ର ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି।ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ମହାରାଷ୍ଟ୍ର ସୋଲପୁର ଅଞ୍ଚଳର ଶୁଭମ ସଞ୍ଜୟ ସୋନଵାଲେ ଏବଂ ଗୁଞ୍ଜନ ମହାଦେବ। ଜବତ ଗଞ୍ଜେଇ ର ମୂଲ୍ୟ ୯୦ ଲକ୍ଷରୁ  ଉର୍ଦ୍ଧ୍ବ ହେବବୋଲି ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ।
ସହିଭଳି ଅଡବା ପୋଲିସ ପେଟ୍ରୋଲିଂ କଲାବେଳେ ବାଚୀପଙ୍କା ରାସ୍ତାରେ ଚାଲାଣ ପାଇଁ ରଖାଯାଇଥିବା ୩୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ପୋଲିସକୁ ଦେଖି ଚାଲାଣକାରି ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।  ଉକ୍ତ ଗଞ୍ଜେଇ ଗଜପତିରୁ ବିହାର ଚାଲାଣ ପାଇଁ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇ ର ମୂଲ୍ୟ ୧ କୋଟି ୮୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!