ବ୍ରହ୍ମପୁର ୨୨.୭.୨୩, ଆଜି ବିଜୁ ଜନତା ଦଳର କର୍ଯ୍ୟାଲୟ ଶଙ୍ଖ ଭବନ ଠାରେ ଗଞ୍ଜାମ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ପ୍ରସ୍ତୁତି ହୋଇଯାଇଛି। ଏହି ବୈଠକ ରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଆମତ, ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ସାଂସଦ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଉପାଧକ୍ଷା, ଜିଲ୍ଲା ସଭାପତି,ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମାନସ ମଙ୍ଗରାଜ, ଜିଲ୍ଲାର ସ୍ଵତନ୍ତ୍ର ଦାୟିତ୍ଵ ରେ ଥିବା ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ମାନ୍ୟବର୍ ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ,ବ୍ରହ୍ମପୁର ମେୟର ଙ୍କ ସମେତ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି , ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଏବଂ ଜିଲ୍ଲା ଦାୟିତ୍ଵରେ ଥିବା ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।