Tuesday, August 23, 2022
Homeମଣିପୁର ଘଟଣାରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ।

ମଣିପୁର ଘଟଣାରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ।

ବ୍ରହ୍ମପୁର ୨୨.୭.୨୩, ବିଜେପି ଶାସିତ ରାଜ୍ଯ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଏବଂ ମହିଳା ଙ୍କୁ ଉଲଗ୍ନ କରି ଅତ୍ୟାଚାର ସାରା ଦେଶକୁ ଲଜ୍ଜିତ କରିଛି। ଦୀର୍ଘ ଅଢେଇ ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ମୋଦୀଙ୍କ ନିରବତା ହିଂସା କୁ ଉସୁକାଉଥିବା ପରିଲକ୍ଷିତ ହେଉଛି।ତେଣୁ ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ତରଫରୁ ସାରା ଦେଶରେ ଏହାର ପ୍ରତିବାଦ ହେଉଛି।ଏହି କ୍ରମରେ ବ୍ରହ୍ମପୁରରେ ଆପ୍ ର ଶତାଧିକ କର୍ମୀ ମୋଦି ବିରୁଦ୍ଧରେ ସ୍ଳୋଗାନ ଦେଇ ସହର ପରିକ୍ରମା କରି କମାପଲ୍ଲୀ ଛକ ରେ ମୋଦି ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପସଭାପତି ସୁଧୀର ପ୍ରଧାନ,ମହାନଗର ସଭାପତି ସି. ହର ପ୍ରସାଦ, ଜିଲ୍ଲା ଯୁବ ସଭାପତି ପି.ନୀଳକଣ୍ଠ ରେଡ୍ଡୀ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ଶଙ୍କର ପ୍ରଧାନ, ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ, ଗଣେଶ ପାତ୍ର,ଓ ଅନ୍ୟ ସଦସ୍ୟ ମାନେ ରାଲି କୁ ନେତୃତ୍ୱ ନେଇ ପରିଚାଳନା କରିଥିଲେ।


Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!