Tuesday, August 23, 2022
Homeଆବର୍ଜନା ସ୍ଥାନରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଆବର୍ଜନା ସ୍ଥାନରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ମାଲକାନଗିରି।ତା:୨୨/୦୭
ମାଲକାନଗିରି ସଦର ମହକୁମା ଅନ୍ତର୍ଗତ ତଳସାହିର ଏକ ଆବର୍ଜନା ସ୍ଥାନରୁ ଆଜି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହିର ଏକ ଆବର୍ଜନା ପରିପୂର୍ଣ୍ଣ ସ୍ଥାନରେ ବ୍ରହ୍ମ ମୁହୂର୍ତ୍ତରେ ଶିଶୁର କ୍ରନ୍ଦନ ସ୍ବର ସହି ପଡୋଶୀଙ୍କ କର୍ଣ୍ଣ ପାତ ହୋଇ ଥିଲା। ଆନୁମାନିକ  କୌଣସି ବ୍ୟକ୍ତି ଏହି ଶିଶୁକନ୍ୟା 
କୁ ନିକଟସ୍ଥ ଆବର୍ଜନା ସ୍ଥାନରେ ରାତ୍ରର ଅନ୍ତିମ ମୁହୂର୍ତ୍ତର ସୁଯୋଗ ନେଇ ପରିତ୍ୟାଗ କରି ଚାଲିଯାଇଛି ।ସାହି ବାସିନ୍ଦା ଲୋକ ମାନେ ଅନତି ଦୂରରେ ଶିଶୁକନ୍ୟାଟିର କାନ୍ଦ୍ରନ ଶୁଣି ପ୍ରଥମେ ସଠିକ  ଅନୁମାନ କରିପାରୁନଥିଲେ ବେଳେ ଶିଶୁ ଟିର କ୍ରମାଗତ କ୍ରନ୍ଦନ ସ୍ୱର ଶୁଣି କିଛି ଲୋକେ ଲାଇଟ ଧରି କ୍ରନ୍ଦନ ଶିଶୁ ଆଡ଼କୁ ଯାଇ ଅନୁସନ୍ଧାନ କରିଥିଲେ। ଉକ୍ତ ସ୍ଥାନରେ ଏକ ଜରିବସ୍ତା ମଧ୍ୟରୁ ଶିଶୁଟିର କ୍ରନ୍ଦନ ଧ୍ବନି ଶୁଣାବାକୁ ପାଇଥିଲେ। ଜରିବସ୍ତା କୁ ଭଲଭାବେ ନିରୀକ୍ଷଣ କରିବାରୁ ସଦ୍ୟ ନବଜାତ ଶିଶୁକନ୍ୟା ଦେଖିବାକୁ ପାଇଥିଲେ । ଏହା କୌଣସି ପାପଗର୍ଭ ରୁ ଜାତ ଶିଶୁ କନ୍ୟାକୁ ବୋଲି ଅନୁମାନ କରାଯାଉଛି। ନଚେତ ଶିଶୁ କନ୍ୟାଟି ଅଲୋଡା ହେତୁ କେହି ନିଷ୍ଠୁର ହୃଦୟ ଦମ୍ପତି ଏହି ପରି ଚରମ ପଦକ୍ଷେପ ନେଇଥିବା ଆଶଙ୍କା ପ୍ରକାଶ ପାଇଛି। ଆଜି ସମାଜରେ ଶିଶୁକନ୍ୟା ଅଲୋଡା ହୋଇ ପଡିଥିବା ସାହିବାସିନ୍ଦାଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟି ଥିଲା । ତେବେ ସ୍ଥାନୀୟ ଲୋକେ ଏହି ଶିଶୁ କନ୍ୟା କୁ ଦେଖି ଜିଲ୍ଲା ଚାଇଲଡ଼ ଲାଇନକୁ ଖବର ଦେଇଥିଲେ ।ଖବର ପାଇ ଚାଇଲଡ଼ ଲାଇନ କର୍ମକର୍ତ୍ତା ମାନେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା କୁହାଯାଇଛି। ତେବେ ଜନବସତି ମଧ୍ୟରେ କିଏ ଓ କାହିଁକି ଶିଶୁ କନ୍ୟାଟିକୁ ଆବର୍ଜନା ଗଦାରେ ଫୋପାଡ଼ି ଚାଲିଗଲା ସ୍ଥାନୀୟ ପୋଲିସ ତଦନ୍ତ କରୁଛି । ବର୍ତ୍ତମାନ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!