କାଲିମେଳା, 21.7(ଜିତେନ୍ଦ୍ର ଦାସ ) କରୋନା ଭୟ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଶେଷ ହୋଇନଥିବା ବେଳେ ଏବେ ପୁଣି ଏକ ସଂକ୍ରମଣ ରୋଗ ନଜର କୁ ଆସିଛି l ସାରା ରାଜ୍ୟରେ ବର୍ତ୍ତମାନ ଆଖି ଧରା ରୋଗ ବ୍ୟାପୁଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରେ ଆଖି ଧରା ରୋଗ ବ୍ୟାପିବାରେ ଲାଗିଛି । ଗାଁଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି ବିଶେଷ କରି ଆଖି ଲାଲ ରଙ୍ଗର ହେବା ଫୁଲିବା ଆଖିରୁ ପାଣି ପଡ଼ିବା ଭଳି ଲକ୍ଷଣ ଦେଖାଯାଉଥିବା କିଛି ଲୋକ ପ୍ରକାଶ କରିଛନ୍ତି l । ଏହା ଗୋଟିଏ ଦିନରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସହଜରେ ସଂକ୍ରମଣ ହୋଇଯାଇଚି lଆଖିଧରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି l ବିଶେଷକରି ବିଦ୍ୟାଳୟ ଓ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଏଥିରେ ଅଧିକା ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ଉକ୍ତ ରୋଗ ବ୍ୟାପୁଥିବା ବେଳେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଆକ୍ରାନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲକୁ ନ ପଠାଇବା ପାଇଁ ପରାମର୍ଶ ଦେବା ସହ ଅଭିଭାବକ ମାନେ ଠିକ୍ ଭାବରେ ଯତ୍ନ ନେବା ପାଇଁ ପରାମର୍ଶ କରୁଛନ୍ତି । ଏହା କ୍ରମଶଃ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ସଂକ୍ରାମକ ରୋଗ । ବର୍ଷା ଆରମ୍ଭରୁ ଏହି ରୋଗ ଦେଖାଯାଇଥାଏ। ରୋଗୀ ନିଜ ଆଖି କୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁ ତଥା ମୋବାଇଲ, ବାସନକୁସନ ଏବଂ ଡ୍ରେସ୍ କପଡ଼ାକୁ ଅନ୍ୟଜଣେ ବ୍ୟକ୍ତି ବ୍ୟବହାର କଲେ ମଧ୍ୟ ଏହି ରୋଗ ବ୍ୟାପିବା ଆରମ୍ଭ କରିଥାଏ ଏହା ଭଲ ହେବାକୁ ବି ଏକ ସପ୍ତାହରୁ ଅଧିକ ସମୟ ଲାଗୁଥିବା ଦେଖିବାକୁ ମିଳିଛି । ଏଥିରୁ ରକ୍ଷା ପାଇବାକୁ ହେଲେ ଆଖି ଧରିଥିବା ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ ବୋଲି ଡାକ୍ତର ମାନେ ପରାମର୍ଶ କରୁଛନ୍ତି । କିନ୍ତୁ କାଲିମେଳା ରେ ଲୋକମାନ ଙ୍କ ସଚେତନତା ଅଭାବ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି ।ଛାତ୍ରଛାତ୍ରୀ ମାନଙ୍କୁ ଏହି ରୋଗ ହେବାରୁ ବିଭିନ୍ନ ବିଦ୍ୟାଲୟରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ କମ ରହୁଛି ଏବଂ ପାଠପଢାରେ ମଧ୍ଯ ବ୍ୟାଘାତ ସୃଷ୍ଟି ହେଉଛି l ଏଥିସହ ଲୋକମାନେ ରୋଗ ସମ୍ପର୍କରେ ଅଭିଜ୍ଞ ଥିବାରୁ ସଂକ୍ରମଣ ଆହୁରି ଅଧିକ ହେବାରେ ଲାଗିଛି l ଆଖି ଧରା ରୋଗ ପାଇଁ ସ୍ଵସ୍ଥ୍ଯ କେନ୍ଦ୍ର ରେ ମଧ୍ୟ ଭିଡ ଲାଗୁଚି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଭଳି କୌଣସି ପଦକ୍ଷେପ ନିଆଯାଇନାହିଁ l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମାଞ୍ଚଳରେ ଏବଂ ବିଦ୍ୟାଳୟ ଗୁଡିକରେ ସଚେତନତା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l ନ ହେଲେ ଏହି ସଂକ୍ରମଣ ରୋଗ ଆଗାମୀ ଦିନରେ ଭୟାବହ ସ୍ରୁଷ୍ଟି କରିବ l