Tuesday, August 23, 2022
Homeପୋଲ ଉପରୁ ଖସିଲା ପାଣି, ସ୍ୱାଭାବିକ ହେଲା ଯାତାୟତ, ଏବେବି ଚାଷ ଜମି ଉପରେ ବନ୍ୟାଜଳ, ଚିନ୍ତାରେ ଚାଷୀ

ପୋଲ ଉପରୁ ଖସିଲା ପାଣି, ସ୍ୱାଭାବିକ ହେଲା ଯାତାୟତ, ଏବେବି ଚାଷ ଜମି ଉପରେ ବନ୍ୟାଜଳ, ଚିନ୍ତାରେ ଚାଷୀ

କାଲିମେଳା, 21.7 (ଜିତେନ୍ଦ୍ର ଦାସ) ଲଗାଣ ବର୍ଷରେ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ଷା ପରିମାଣ କିଛି ମାତ୍ରା ରେ କମ ହୋଇଛି l ବନ୍ୟା ପାଇଁ ଜିଲ୍ଲା ର ମାଲକାନଗିରି ମୋଟୁ  326 ନମ୍ବର ଜାତୀୟ ରାଜପଥ କାଲିମେଳା ବ୍ଲକ ର ପୋଟେରୁ, କାଙ୍ଗୁରୁକୋଣ୍ଡା, mv 90 ଗୁବୁଲୁର ନାଳ, mv 96 ଏବଂ ପଡିଆ ବ୍ଲକ କୁ ସଂଯୋଗ କରୁଥିବା କନ୍ୟା ଶ୍ରମ ପୋଲ ଉପରୁ ବନ୍ୟା ପାଣି ଖସିବା ପରେ ଏହି ରାସ୍ତା ଦେଇ ଗୁରୁବାର ଯାତାୟତ ସ୍ୱାଭାବିକ ହୋଇଛି l ବୁଧବାର ରାତିରୁ ବର୍ଷା ଧୀରେ ଧୀରେ କମିବା ପରେ ପାଣି ସ୍ତର ମଧ ଖସିଥିଲା l ପୋଲ ଗୁଡିକରୁ ପାଣି ଛାଡିବା ପରେ 2 ଦିନ ଧରି ଅଟକି ରହିଥିବା ଦୂରଗାମୀ ଟ୍ରକ ଏବଂ ଅନ୍ୟନ୍ୟ ଯାନବାହାନ ନିଜ ଗନ୍ତବ୍ୟ ପଥରେ ବାହାରିଥିଲେ l ତେବେ ପୋଲ ଉପରୁ ସିନା ବର୍ଷା ଜଳ କମିଲା ଏବେ ସୁଦ୍ଧା ମଧ୍ୟ ଅଂଚଳରେ ବନ୍ୟା ପରିସ୍ଥିତି ଲାଗି ରହିଚି l ବନ୍ୟା ଯୋଗୁ ବହୁ ଚାଷଜମି ପାଣିରେ ବୁଡି ରହିଥବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ବିବିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ହେତୁ ବ୍ୟାପକ ଚାଷଜମି ଗୁଡିକ ଜଳମଗ୍ନ ହୋଇଛି l ଧାନ ତଳି ଗୁଡିକ ପାଣି ଭିତରେ ବୁଡ଼ି ରହିବା ହେତୁ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି l ଏ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି l ସୂଚନା ଅନୁଯାଇ କାଲିମେଳା ରେ 110 ମିମି ବର୍ଷା ରେକର୍ଡ଼ କରାଯାଇଛି l ଗତ 4 ଦିନ ଧରି ଲଗାତାର ବର୍ଷା ହେବା ଫଳରେ କାଲିମେଳା ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା l ଯାହାଫଳରେ ବିବିନ୍ନ ପୋଲ ଗୁଡିକ ପାଣିରେ ବୁଡି ଯାଇଥିଲା l ପୋଲ ଉପରେ 4 ଫୁଟ ଉଚ୍ଚରେ ପାଣି ଯିବା ଯୋଗୁ ଯାତାୟତ ବନ୍ଦ ହୋଇ ଯାଇଥିଲା l ସୀମାନ୍ତ ମୋଟୁ ପଡିଆ, mv 79 କାଲିମେଳା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତ୍ତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା l ଏ ନେଇ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!