Tuesday, August 23, 2022
Homeହିଲ୍ ପାଟଣା ସ୍ଥିତ ଶ୍ରୀ ସିଦ୍ଧ ବିନାୟକ ସେବା ମଣ୍ଡପ ଠାରେ ନବ ନିର୍ମାଣ କୃଷକ ସଂଗଠନ କାର୍ଯ୍ୟକ୍ରମ

ହିଲ୍ ପାଟଣା ସ୍ଥିତ ଶ୍ରୀ ସିଦ୍ଧ ବିନାୟକ ସେବା ମଣ୍ଡପ ଠାରେ ନବ ନିର୍ମାଣ କୃଷକ ସଂଗଠନ କାର୍ଯ୍ୟକ୍ରମ

ବ୍ରହ୍ମପୁର,19.7.2023, ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଶ୍ରୀ ସିଦ୍ଧ ବିନାୟକ  ସେବା ମଣ୍ଡପ ଠାରେ ନବ ନିର୍ମାଣ କୃଷକ ସଂଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅକ୍ଷୟ କୁମାର ,ରାଜ୍ୟ ସଂଯୋଜକ ଶ୍ରୀ ଶେଷ ଦେବ ନନ୍ଦ,ରାଜ୍ୟ ସହ ସଂଯୋଜକ ଶ୍ରୀ ଉମାକାନ୍ତ ଭାରତ, ରାଜ୍ୟ ଉପଦେଷ୍ଟା ଶ୍ରୀ ଡାକ୍ତର କୁଳମଣି ,ଗଞ୍ଜାମ ଜିଲ୍ଲା ପ୍ରବାରି ଶ୍ରୀ ଦେବୀ ପ୍ରସାଦ ମହାରଣା, ଜଗତସିଂହପୁର ଜିଲ୍ଲା ସହ ସଂଯୋଜକ ଶ୍ରୀ ପ୍ରସନ୍ନ କୁଆଁର,ରାଜ୍ୟ କମିଟି ସଦସ୍ୟ ଶ୍ରୀ ଅଶ୍ଵିନୀ କୁମାର, ଗଞ୍ଜାମ ଜିଲ୍ଲା ନେତୃତ୍ୱ ଶ୍ରୀ ଇଦୁ ଅମିନ ଖାନ ପ୍ରମୁଖ ଉପସ୍ଥିତ ରହି ଚାଷୀ ବର୍ଷସାରା ଫସଲ ଅମଳ କରି ବିଜେଡି ,ବିଜେପି ସରକାର ଗଠନ କରୁଛି।କିନ୍ତୁ ଚାଷୀ  ସବୁ କ୍ଷେତ୍ରରେ ପରାଜୟ ହେଉଛି। ଏଥିରେ କୃଷକ ମାନଙ୍କ ପାଇଁ ଚାଷୀ ସରକାର ଗଠନ କରିବା ନିମନ୍ତେ ଆଲୋକପାତ କରାଯାଇଥିଲା। ଅନ୍ୟ ସଦସ୍ୟ ମାନେ  ଶ୍ରୀ ମନୋଜ ମିଶ୍ର,ଶ୍ରୀ ସୁଦର୍ଶନ ପାତ୍ର, ଶ୍ରୀ ରଞ୍ଜନ ସ୍ବାଇଁ,ଶ୍ରୀ ମାନସ ସାହୁ,ଶ୍ରୀ ଦିଲ୍ଲୀପ  ବେହେରା,ଶ୍ରୀ ନିରଞ୍ଜନ ପ୍ରଧାନ ଉପସ୍ଥିତ ରହିଥିଲେ। ବିଭିନ୍ନ ସ୍ଥାନରୁ ବହୁ କୃଷକ କର୍ମୀ ମାନେ ଉପସ୍ଥିତ ରହି ଚାଷୀ ସରକାର ଗଠନ କରାଯାଉ ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!