କାଲିମେଳା, 20.7(ଜିତେନ୍ଦ୍ର ଦାସ) ଗତ 4 ଦିନ ରୁ ଉର୍ଦ୍ଧ ସମୟ ଧରି ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି l ଏଠାରେ ପ୍ରବଳ ବର୍ଷା ହେବା ଯୋଗୁ କୋଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ତେବେ ଅତ୍ୟଧିକ ବର୍ଷା ରେ ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତେଳରାଇ ପଞ୍ଚାୟତ ର mv 107 ଗ୍ରାମରେ ଏକ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ରାତିରେ ଏମଭି- ୧୦୭ ଗ୍ରାମର କ୍ରୀଷ୍ଣା କିର୍ତ୍ତନୀୟାଙ୍କ ଟାଇଲ୍ସ ଛପର ଘର କାନ୍ଥ ବର୍ଷାରେ ଭିଜିଯାଇ ଭୁଶୁଡ଼ି ଭାଙ୍ଗି ପଡିଥିଲା l ଏ ନେଇ ଅଳ୍ପକେ ରକ୍ଷା ପାଇଛନ୍ତି ଦମ୍ପତି ଘର ଭାଙ୍ଗିବା ବିଷୟରେ ଘର ମାଲିକ କ୍ରୀଷ୍ଣା କିର୍ତ୍ତନୀୟା ଏବଂ ତାଙ୍କ ସ୍ତ୍ରୀ ତପସ୍ଵୀ ଜାଣିପାରି ନିଜ ପରିବାରବର୍ଗକୁ ନେଇ ଜୀବନ ବଞ୍ଚାଇବା ଲାଗି ନିକଟରେ ଥିବା ଭାଇ ଘରେ ଆଶ୍ରୟ ନେଇଛନ୍ତି । ଘର ଭାଙ୍ଗିଯିବା ଯୋଗୁ କ୍ରିଷ୍ଣା ଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର କୁଳର ଇତ୍ୟାଦି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ମାଟିରେ ମିଶିଯାଇଛି। ଘଟଣାକୁ 3 ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀ ତାଙ୍କ ଘରକୁ ଯାଇନାହାନ୍ତି l ପ୍ରଶାସନ ପକ୍ଷରୁ ତାଙ୍କୁ ଘର ଏବଂ ଅନ୍ୟନ୍ୟ ସରକାରୀ ସହାୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।I ଏ ନେଇ କାଲିମେଳା ତହସିଲଦାର ଚାଇନୁ ଗଣ୍ଡଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିବା ସହ ଗଣମାଧ୍ଯମ ପ୍ରତିନିଧିଙ୍କ ଠାରୁ ଖବର ପାଇ ତୁରନ୍ତ ଆର ଆଇ ଙ୍କୁ ତାଙ୍କ ଘରକୁ ପଠାଇ ବ୍ୟବସ୍ତା କରିବି ବୁଲି କହିଛନ୍ତି l