କାଲିମେଳା, 20.7(ଜିତେନ୍ଦ୍ର ଦାସ) ପେଟ୍ରୋଲ ପମ୍ପ ରୁ ପାଣି ମିଶା ପେଟ୍ରୋଲ ପକାଇ ହନ୍ତସନ୍ତ ହେଲେ ମୋଟରସାଇକଲ, କାର ମାଲିକ l ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ପଡିଆ ଜାତୀୟ ରାଜପଥ ପୂସୁଗୁଡା mv 68 ଗ୍ରାମ ମଧ୍ୟରେ ଥବା ଇଣ୍ଡିଆନ ପେଟ୍ରୋଲ ପମ୍ପ ଠାରେ l ସୂଚନା ଅନୁଯାଯୀ mv 107 ଗ୍ରାମର ଅଶୋକ ମଣ୍ଡଳ, କାଲିମେଳା ଅଞ୍ଚଳର ଅମରେନ୍ଦ୍ର ବିଶ୍ବାସ, ରଞ୍ଜିତ ମଣ୍ଡଳ, mv 68 ଗ୍ରାମର ସୁଶୀଲ ସମଜଦାର , ସଦାନନ୍ଦ ହାଲଦାର, ଉତ୍ତମ ଅଧିକାରୀ, ବିପୁଳ ସର୍ଦାର, ନିଖିଲ ବିଶ୍ବାସ ଭଳି ଅନେକ ମୋଟରସାଇକଲ ଆରୋହି mv 68 ଗାଁ ନିକଟରେ ଥିବା ମାଧୁରୀ ଫିଲିଙ୍ଗ ଷ୍ଟେସନ ରେ ପେଟ୍ରୋଲ ପକାଇ ନିଜ ଗନ୍ତବ୍ୟ ପଥରେ ବାହାରିଥିଲେ l ଗ୍ରାହକ ମାନେ ପମ୍ପ ରୁ ପେଟ୍ରୋଲ ପକାଇ କିଛି ବାଟ ଗଲାପରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇ ଗାଡି ଅଟକି ଯାଇଥିଲା । ସେମାନେ ପ୍ରଥମେ କିଛି ଜାଣିପାରି ନ ଥିଲେ l ଗାଡି ବନ୍ଦ ହୋଇଯିବା ଯୋଗୁ ସେମାନେ ବାଇକ କୁ ଗଡେଇ ନେଇ ଗ୍ୟାରେଜ ରେ ଦେଖାଇବା ପରେ ପେଟ୍ରୋଲ ରେ ପାଣି ମିଶିଥିବା ଜାଣିବାକୁ ପାଇଥିଲେ l ତେଣୁ ସେହି ସମୟରେ 30/40 ରୁ ଅଧିକ ଲୋକ ଏହି ଟାଙ୍କିରୁ ପେଟ୍ରୋଲ ପକାଇ ଯାଇଥିଲେ । ହେଲେ ସମସ୍ତଙ୍କର ସମାନ ଅବସ୍ଥା ହୋଇଥିଲା । ଏନେଇ କିଛି ସମୟ ମଧ୍ୟରେ ତେଲ ପକାଇଥିବା ସବୁ ଗ୍ରାହକ ଏକାଠି ହୋଇଥିଲେ । ଗ୍ରାହକ ମାନେ କାହିଁକି ପାଣି ମିଶା ପେଟ୍ରୋଲ ଦେଲ ବୁଲି ପମ୍ପ କର୍ମଚାରୀ ଙ୍କୁ ପଚାରି ହୋହାଲ୍ଲା କରିଥିଲେ l କାଲିମେଳା ଅଞ୍ଚଳରେ ଲାଗାତର ବର୍ଷା ଲାଗିରହିଥିବା ବେଳେ ଲୋକଙ୍କ ଗାଡି ବନ୍ଦ ହେବା ଯୋଗୁ ଲୋକମାନେ ହନ୍ତସନ୍ତ ହୋଇପଡିଥିଲେ l ଏ ନେଇ ଗ୍ରାହକଙ୍କ ମଧରେ ଅସନ୍ତୋଷ ଦେଖାଦେଇଥିଲା l ସେହିଭଳି mv 95 ବିଦ୍ୟାଳୟ ର ଶିକ୍ଷକତା କରୁଥିବା ଆଲୋକ ସାହୁ ବିଦ୍ୟାଳୟ ଯିବା ପାଇଁ ସେହି ପମ୍ପ ରୁ ପେଟ୍ରୋଲ ପକାଇ କିଛି ବାଟ ଯିବାପରେ ତାଙ୍କର ବାଇକ ବନ୍ଦ ହୋଇଯାଇଥିଲା ଶେଷରେ ବିଦ୍ୟାଳୟ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ସେହିଭଳି mv 67 ଗ୍ରାମର ସତ୍ୟଜିତ ମଣ୍ଡଳ ନିଜ କାର ରେ ପେଟ୍ରୋଲ ପକାଇ କାଲିମେଳା ଆସିଥିବା ବେଳେ ବାଟରେ ଗାଡି ବନ୍ଦ ହୋଇଯାଇଥିଲା ଶେଷରେ ସତ୍ୟଜିତ ଏକ ଅଟୋ ଯୋଗେ ନିଜ କାରକୁ ରଶି ଯୋଗେ ଟାଣି ଟାଣି ପମ୍ପ ନିକଟରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା l ଲୋକଙ୍କ କହିବା କଥା ପମ୍ପ ରେ ତେଲ ବଦଳରେ ପାଣି ଦିଆଯାଇଥିଲା l ଏକ ଲିଟର ତେଲରେ 7 ରୁ 8 ସହ ଗ୍ରାମ ସେଥିରେ ପାଣି ମିଶିଥିବା ସେମାନେ ଅଭିଯୋଗ କରିଥିଲେ l ଏଥିସହ ସେମାନଙ୍କ ଗାଡିଆରେ ପୂର୍ବରୁ ଥିବା ଭଲ ପେଟ୍ରୋଲ ଏବେ ପାଣିରେ ମିଶିଯିବାରୁ ତାହା ନଷ୍ଟ ହୋଇଥିବା ଗ୍ରାହକ ମାନେ ପ୍ରକାଶ କରି ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ କ୍ଷତିପୂରଣ ମଧ୍ୟ ଦାବି କରିଥିଲେ ।I ଦିନ ଗୋଟାଏ ସମୟରେ ପମ୍ପ ମାଲିକ ପିଙ୍କୁ ବିଶୋଇ ପମ୍ପ ରେ ପହଁଚି ଅସନ୍ତୋଷ ଗ୍ରାହକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ l ଏବଂ ଯେଉଁ ମାନଙ୍କର ଗାଡି ବନ୍ଦ ହୋଇଯାଇଛି ସେମାନଙ୍କ ଗାଡି ମରାମତି ସହ ପେଟ୍ରୋଲ ଦାମ ଟଙ୍କା ଫେରସ୍ତ କରିବେ ବୁଲି ଲୋକଙ୍କୁ କହିବା ପରେ ଲୋକେ ଶାନ୍ତ ହୋଇଥିଲେ l ଘଟଣା ସମ୍ପର୍କରେ ମାଲିକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଗତ 3 ମାସ ହେବ ପଟ୍ରୋଲ ପମ୍ପ ଆରମ୍ଭ ହୋଇଛି ତେବେ ବର୍ଷା ଯୋଗୁଁ ଟାଙ୍କି ରେ ପାଣି ପଶିଯିବା କରିବାରୁ ଏଭଳି ସମସ୍ୟା ହୋଇଥିବା ସେ ପ୍ରକାଶ କରିଛନ୍ତି l ଗ୍ରାହକଙ୍କୁ ପେଟ୍ରୋଲ ଦେବା ପୂର୍ବରୁ ଯାଂଚ କରାଯାଇଥିଲେ ଏଭଳି ସମସ୍ୟା ହୋଇ ନ ଥାନ୍ତା l ତେବେ ଏତେ ଜଣ ଗ୍ରାହକଙ୍କୁ ପାଣି ମିଶା ପେଟ୍ରୋଲ ଦିଆଗଲା ଏବଂ କିଭଳି ପମ୍ପ କର୍ମଚାରୀ ଜାଣିପାରିଲେ ନାହିଁ ତାହା ତଦନ୍ତ ପରେ ଜଣା ପଡିବ l