Tuesday, August 23, 2022
Homeବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

କାଲିମେଳା, 20.7(ଜିତେନ୍ଦ୍ର ଦାସ ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସହକାରୀ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଦାସ ଗତ ମେ 31 ତାରିଖରେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ଛୁଟି ଥିବାରୁ ଆଜି ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ନାୟକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କାଲିମେଳା ଆଂଚଳିକ ସାଧାନ କେନ୍ଦ୍ର ସଂଯୋଜକ ରଞ୍ଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ନିମାଇଁ ସିଂ, ଶିକ୍ଷୟିତ୍ରୀ ମମତା ମହାପାତ୍ର, ମୀନତି ବାଳା ଦତ୍ତ, ସ୍ମୃତିରେଖା ଦାସ, ରାଧାରାଣି ମହାପାତ୍ର, ସଞ୍ଜୁଲତା ସେଠୀ, ପ୍ରଭାରାଣୀ ରାହା, ଶିକ୍ଷକ ଭୀମା ପଡିଆମି ପ୍ରମୁଖ ଉପସ୍ଥିତ ରହିଥିଲେ l ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ଗୁଣଗାନ କରିଥିଲେ ଏବଂ ଶିକ୍ଷକଙ୍କୁ ଅଙ୍ଗବସ୍ତ୍ର, ସାଲ, ଛତା ଏବଂ ଅନ୍ୟନ୍ୟ ନିତ୍ୟ ସମାଗ୍ରୀ ପୁରସ୍କାର ଆକାରରେ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ସୂଚନା ଅନୁଯାଇ ଅବସର ନେଇଥିବା ଶିକ୍ଷକ ଶ୍ରୀ ଦାସ ନାମ କୋଣ୍ଡା ବିଦ୍ୟାଳୟରେ ଶିକ୍ଷକତା କରୁଥବା ବେଳେ 2009 ମସିହା ଠାରୁ ବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ l ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!