Tuesday, August 23, 2022
Homeବର୍ଷା ବିତ୍ପାତ ବୁଡିଗଲା ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ପୋଲ, ଯାତାୟତ ଠପ ସୀମାନ୍ତ ମୋଟୁ ସମେତ ଆନ୍ଧ୍ର ତେ

ବର୍ଷା ବିତ୍ପାତ ବୁଡିଗଲା ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ପୋଲ, ଯାତାୟତ ଠପ ସୀମାନ୍ତ ମୋଟୁ ସମେତ ଆନ୍ଧ୍ର ତେ

କାଲିମେଳା, 20.7 (ଜିତେନ୍ଦ୍ର ଦାସ ) ରାଜ୍ୟରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରି  ଜିଲ୍ଲା ସମେତ କାଲିମେଳା ବ୍ଲକ ଅଞ୍ଚଳରେ 4 ଦିନ ଧରି  ଲଗାଣ ବର୍ଷା ଲାଗି ରହିଛି l  ଅତ୍ୟଧିକ ବର୍ଷା ହେବା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବର୍ଷାରେ କାଲିମେଳା ବ୍ଲକ ଆଖପାଖ ରେ ଥିବା ସମସ୍ତ ଛୋଟ ବଡ ନଦୀ ନାଳ ଇଦ୍ୟାଦି ବର୍ଷା ପାଣିରେ ବୁଡି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l ଅତ୍ୟଧିକ ବର୍ଷା ଯୋଗୁ ମାଲକାନଗିରି ରୁ ମୋଟୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ବ୍ରିଜ ପାଣିରେ ବୁଡିଯାଉଥିବା ଦେଖିବାକୁ ମିଳିଛି 
 ମଙ୍ଗଳବାର ଠାରୁ   ଏହି ପୋଲ ଦେଇ ବନ୍ଯାପାଣି ପ୍ରବାହିତ ହେଉଥିବା ଯୋଗୁ ଏହି ରାସ୍ତା ଦେଇ ଯାତାୟତ ଠପ ହୋଇଥିଲା l ବୁଧବାର ସମ୍ପୂର୍ଣ୍ଣ ଯାତାୟତ ବନ୍ଦ ରହିଥିଲା ବ୍ରିଜ ଉପରେ 4 ଫୁଟ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବା ରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l  lକାଙ୍ଗୁରୁକୋଣ୍ଡା ବ୍ରିଜ ଉଭୟ ପାର୍ଶ୍ଵରେ ସତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା l ରାଜ୍ଯ ତଥା ରାଜ୍ଯ ବାହାରୁ ଆସୁଥିବା ବସ ଟ୍ରକ ଆଦି ଗାଡିଗୁଡିକ ଦୀର୍ଘ ସମୟଧରି ଅଟକି ରହିଥିବା ଦେଖିବାକୁ ମିଳିଛି l ସେହିଭଳି  ପଟେରୁ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ସନ୍ଧ୍ୟା 6 ଟା ରୁ ପଟେରୁ ନଦୀ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବା ଆରମ୍ଭ କରିଥିବା ବେଳେ ରାତି ରେ ପାଣିର ସ୍ରୋତ ଅଧିକ ହୋଇଥିଲା  । ଯାହା ଫଳରେ ସନ୍ଧ୍ୟା ଠାରୁ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l 326 ନମ୍ବର ଜାତୀୟ ରାଜପଥ ରାସ୍ତାଟି ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ସହ ସହ ଗାଡ଼ି ମୋଟର ଯାତାୟାତ କରିଥାନ୍ତି l ତେବେ ପଟେରୁ ନଦୀ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ପ୍ରସାଶନ ପକ୍ଷରୁ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ବାରଣ କରାଯାଉଚି l ପଟେରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲ ର ଦୁଇ ପାର୍ଶ୍ଵରେ ଲାଲ ଫିତା ଟାଣି ଲୋକଙ୍କୁ ନ ଯିବା ପାଇଁ ସୂଚନା ଦିଆଯାଉଛି l ସେହିଭଳି mv 90 ଗ୍ରାମ ଠାରେ ଥବା ଗୁବୁଲୁର ନାଳ, ଫାର୍ମ କଲୋନି, mv 96 ପୋଲ ଉପରେ o ମଧ୍ୟ ପାଣି ପ୍ରବାହିତ ହେବାରୁ ସେଠାରେ ମଧ୍ଯ ଯାତାୟତ ବନ୍ଦ ରହିଥିଲା l ତେବେ ବର୍ତମାନ ସୁଦ୍ଧା ବର୍ଷା ଲାଗିରହିଥିବା ବେଳେ ବନ୍ୟା ପାଣି ଅଧିକ ହେବା ଆଶଙ୍କା ଦେଖା ଦେଇଛି l ତେବେ ବିଭିନ୍ନ ପୋଲ ଉପରେ ଜଳ ସ୍ତର ଧୀରେ ଧୀରେ ବୃଦ୍ଧି  ପାଇବାରୁ ପ୍ରଶାସନ ତଥା କାଲିମେଳା ଥାନା ପୋଲିସ ଓ ପଟେରୁ ଫାଣ୍ଡି ପୋଲିସ କର୍ମଚାରୀ ମାନେ ସେଠାରେ ପହଁଚି ସୁରକ୍ଷା ଦୃଷ୍ଟିରୁ ବ୍ରିଜ ପାର ନ ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି l ବର୍ଷା ଯୋଗୁ ନଦୀ କୁଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇ ରହିଛନ୍ତି l ସେହିପରି କାଲିମେଳା ରୁ ପଡିଆ କୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ  ମଧ ବନ୍ୟା ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି l ବ୍ରିଜ ଉପରେ 3 4 ଫୁଟ ପାଣି ପ୍ରଭାବିତ ହେଉଥିବା ବେଳେ ପଡିଆ ବ୍ଲକ ର ବିଭିନ୍ନ ଗାଁ ବିଛିନ୍ନ ହୋଇ ରହିଛି l ବନ୍ୟା କୁ ନଜରରେ ରଖି ଜିଲ୍ଲା ଓ କାଲିମେଳା ପ୍ରସାଶନ ଅଧିକାରୀ ମାନେ ସଜାଗ ରହିଛନ୍ତି l କାଲିମେଳା ତହସିଲଦାର ଚାଇନୁ ଗଣ୍ଡ, ବିଡିଓ ପ୍ରଦୀପ କର ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିଛନ୍ତି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!