ଦାମନଯୋଡି,୨୦।୧୧:-ନବରତ୍ନ କେନ୍ଦ୍ରୀୟ ଉଦ୍ୟୋଗ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର ବିଭିନ୍ନ ବିଭାଗର ଆଠଜଣ ମହାପ୍ରବନ୍ଧକଙ୍କ ପଦୋନ୍ନତି ହୋଇ ସମୁହ ମହାପ୍ରବନ୍ଧକ(ଇ୦୮) ହୋଇଥିବା ନେଇ ଭୁବନେଶ୍ବର ନାଲକୋ କର୍ପୋରେଟ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ଅଞ୍ଚଳରୁ ପୁରୁଷୋତ୍ତମ ମହନ୍ତ(ମାଇନିଂ),ସୁରେଶ ଚନ୍ଦ୍ର ସାମଲ(ଓ ଏଣ୍ଡ ଏମ) ଏବଂ କ୍ରସର,କନଭେୟର ଇତ୍ୟାଦି ଦାୟିତ୍ୱରେ ଥିବା ଓ୍ବାଇ କେ ବସ୍କର ଙ୍କୁ ଇ୦୮ଗ୍ରେଡ କୁ ପଦୋନ୍ନତି ହୋଇଛି। ସେହିଭଳି ପରିଶୋଧନ ପ୍ରକଳ୍ପର ଅମରେନ୍ଦ୍ର କୁମାର ମିଶ୍ର(ମାନବ ସମ୍ବଳ ଓ ପ୍ରଶାସନ),ସଦାଶିବ ପତ୍ରି(ଭିଜିଲାନ୍ସ),ଆର ଏସ ରାଜୁ(ପ୍ରକଳ୍ପ), କମଳ ଲୋଚନ ଜେନା(ଓ ଏଣ୍ଡ ଏମ) ଏବଂ ଭି ଏସ ଏସ ଆନନ୍ଦ(ସି ଆର ଜି) ଙ୍କୁ ମଧ୍ଯ ସମୂହ ମହାପ୍ରବନ୍ଧକ ତଥା ଇ୦୮ଗ୍ରେଡ କୁ ପଦୋନ୍ନତି ହୋଇଛି। ପଦୋନ୍ନତି ପାଇ ଥିବା ଅଧିକାରୀ ମାନଙ୍କୁ ମିଡିଆ ହାଉସ୍ ଦାମନଯୋଡି ପକ୍ଷରୁ ଶୁଭେଛା ଜଣା ଯାଇଛି।