Tuesday, August 23, 2022
Homeଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

କାଲିମେଳା  ୨୦/୧୧ ମାଲକାନଗିରି ଜିଲ୍ଲା କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଓ କ୍ରୀଡ଼ା ଓ ଯୁବବ୍ୟାପର ମିଳିତ ଆନୁକୁଲ୍ୟରେ ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ସୋମବାର ମହାବିଦ୍ୟାଳୟ ପରିସରରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ  ମାଲକାନଗିରି ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ 'ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ' ମାଧ୍ୟମରେ ଯୁବକ ମାନଙ୍କର  ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର ସଭାରେ ଅଧ୍ୟକ୍ଷତା କରି ଆଗାମୀ ଡ଼ିସେମ୍ବର ୩୦ ମଧ୍ୟରେ ମହାବିଦ୍ୟାଳୟରେ ସାମାଜିକ ସେବା ମୂଳକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସାମାଜିକ ସେବା କାର୍ଯ୍ୟକ୍ରମର ସଂଯୋଜକ ,ତଥା ଇଂରାଜୀ ଅଧ୍ୟାପକ ଡ. ପଦ୍ମଲୋଚନ ରାଉତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେବା ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ପାଠ ପଢା ସହିତ ପାଠ୍ୟ କ୍ରମ ବହିର୍ଭୁତ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଥିଲେ ।  ପ୍ରଥମ ପର୍ଯ୍ୟାୟରେ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ସେ ଘୋଷଣା କରିଥିଲେ ।ଏହି ଉପଲକ୍ଷେ ନିଶା ନିବାରଣ  ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରାଲି କୁ ମୁଖ୍ୟ ଅତିଥି ପତାକା ହଲାଇ ଶୁଭାରମ୍ଭ କରିଥିଲେ ।  ଡ. ରାଉତଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ବିଶାଳ ରାଲୀ ରେ କାଲିମେଳା ସହର ପରିକ୍ରମା କରି ଥିଲେ। ପରେ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ଓ କାଲିମେଳା ବସ୍ ଷ୍ଟାଣ୍ଡ ରେ ସଫେଇ କାର୍ଯ୍ୟକ୍ରମ କରିଥିଲେ।
 ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ  ରାମକୃଷ୍ଣ ଭଞ୍ଜ, ପ୍ରସନଜିତ ସ୍ଵର୍ଣ୍ଣକର ପି.ରବିଶଙ୍କର, ଖଗେଶ୍ବର ବେହେରା, ଅଧ୍ୟାପିକା ଶିବାନୀ ମହାରଣା, ପପୀୟା ବାଉଲ ଓ ରିନୁ ଲତା ରାଉତ  , ଉମାଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।  ବିଜୁ ଯୁବ ସଭାପତି ମିରିକାନ୍ତ ମଣ୍ଡଳ, ବିଜୁ ଛାତ୍ର ସଭାପତି ସଞ୍ଜୁ ସରକାର, ବିଜୁ ଯୁବ ଉପସଭାପତି ଚିରଞ୍ଜିବୀ ବାଲା, ରାକେଶ ମଣ୍ଡଳ ଓ ବିଜୁ ଯୁବ ମିଡ଼ିଆ ସଂଯୋଜକ ସୌରଭ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!