Tuesday, August 23, 2022
Homeଗୀତା ପାଠଶାଳା ର ବାର୍ଷିକ ଉତ୍ସବ

ଗୀତା ପାଠଶାଳା ର ବାର୍ଷିକ ଉତ୍ସବ

ଧରାକୋଟ,20/11/23
ଧରାକୋଟ ବ୍ଲକ ଅନ୍ତର୍ଗତ ପ୍ରଜାପିତା ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଶିବ ବରଦାନ ଭବନ ଗୋଲା ଦାମୋଦର ପଲି ଶାଖା ଓମ ଶାନ୍ତି ଗୀତା ପାଠ ଶାଳାର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଜେ ଡି ବ୍ଲକ ସଭାପତି ସଞ୍ଜୟ ପାତ୍ର, ଢ଼ ଉଗାଁ ସରପଞ୍ଚ ମନୁ ପାତ୍ର, ଗୋଲା ଦାମୋଦର ପଲ୍ଲୀ ସରପଞ୍ଚ କମଳ ରେଡ୍ଡୀ,ଝାଡବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ଝରପାରି ପ୍ରତିନିଧି ଲିଟୁ ଭୂୟାଁ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ସଞ୍ଚାଳିକା ବ୍ରହ୍ମା କୁମାରୀ ମିନି ଦିଦି,ଶାନ୍ତି ଦିଦି,ନିରଞ୍ଜନ ଭାଇ,ଅନୁଗୁଳ ସେବା କେନ୍ଦ୍ର ର ବେଣୁଧର ଭାଇ ଫୁଲବାଣୀ ର ଯୋଗେନ୍ଦ୍ର ଭାଇ,ଶେରଗଡ଼ ର ସୁବାସ ଭାଇ ପ୍ରମୁଖ ଯୋଗଦେଇ ସଂସାର ର ଭ୍ରଷ୍ଟାଚାର, ଅଶାନ୍ତି,ଦୁଃଖ ଯେପରି ଦିନକୁ ଦିନ ବଢ଼ି ଚାଲିଛି ତାହାକୁ ମୁକ୍ତ କରିବା ସହ ମନୁଷ୍ୟର ଆତ୍ମାକୁ ଶାନ୍ତି କରିବା ଉପରେ ଆଲୋକପାତ କରିଥିଲେ। ଗୋଲା ଦାମୋଦର ପଲ୍ଲୀ ସେବାକେନ୍ଦ୍ର ର ମୁଖ୍ୟ ସଂଚଳିକା ଯମୁନା ଭଉଣୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ପ୍ରାୟ 500 ଭ୍ରାତା ଓ ଭଗିନୀ ଉପସ୍ଥିତ ରହି ଆତ୍ମା ଶାନ୍ତିର ମୂଳ ଅନୁଭୂତିକୁ ଉପଲବ୍ଧି କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!