ଧରାକୋଟ,20/11/23
ରାଜ୍ୟର ପ୍ରତିଟି ପରିବାର ଯେପରି ବିଶୁଦ୍ଧ ପିଇବା ପାଣି ପାଇପାରିବେ ସେଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂପ୍ରତି ଗଞ୍ଜାମ ଜିଲ୍ଲାର ଧରାକୋଟ,ସୋରଡା,ଆସିକା, କବିସୂର୍ଯ୍ୟ ନଗର, ପୋଲସରା, ପୁରୁଷୋତ୍ତମ ପୁର, ଭଞ୍ଜନଗର, ବେଲଗୁଣ୍ଠା, ବେଗୁନିଆ ପଡ଼ା, ଜଗନ୍ନାଥ ପ୍ରସାଦ ଓ ଵୁଗୁଡା ଆଦି ଏଗାର ଗୋଟି ବ୍ଲକର ପ୍ରାୟ 770 ଗୋଟି ଗାଁରେ ଥିବା ସମସ୍ତ ଘରକୁ ମେଘା ପ୍ରକଳ୍ପ ଦ୍ବାରା ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରାଜକୋଷରୁ ପ୍ରାୟ 1500 କୋଟି ଟଙ୍କା ଖର୍ଚ୍ଚ ହେବ। ଏଲ ଆଣ୍ଡ ଟି କମ୍ପାନୀ ଏଥିପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ନୟାଗଡ଼ ଜିଲ୍ଲାର ଗଣିଆ ନିକଟସ୍ଥ ଛାମୁଣ୍ଡିଆ ନିକଟରୁ ମହାନଦୀ ରୁ ପାଇପ ଦ୍ଵାରା ପାଣି ଅଣାଯାଇ ଗାୟାଗଣ୍ଡା ଓ ବେଗୁନିଆ ପଡ଼ା ରେ ଦୁଇଟି ବିଶୋଧନ ପ୍ରକଳ୍ପ ନିର୍ମାଣ କରାଯିବ । ପ୍ରତି ଗାଁରେ ସୁବିଧା ଅନୁଯାୟୀ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯିବ। ଆଜି ଏଲ ଏଣ୍ଡ ଟି କମ୍ପାନୀ ର ଅଧିକାରୀ କାର୍ତ୍ତିକ ଚକ୍ରବର୍ତ୍ତୀ ଓ ସନ୍ତୋଷ ପଣ୍ଡା ଧରାକୋଟ ରେ ପହଞ୍ଚି ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ ଓ ଅମିନ ନିରଞ୍ଜନ ଶବର ଙ୍କ ସହ ମିଶି ଧରାକୋଟ ରାଜସ୍ବ ସର୍କଲ ର ଆମ୍ବଡା ବଣ ହିଲ ଓ ମଲିଝର ହିଲ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଦୁଇଟି ସ୍ଥାନରେ ଏଲ ଏଣ୍ଡ ଟି କମ୍ପାନୀ ତରଫରୁ ସମ୍ପ,ପମ୍ପ ହାଉସ, ବୈଷୟିକ ଗୃହ ନିର୍ମାଣ କରାଯିବ । ଏଥିପାଇଁ ଧରାକୋଟ ତହସିଲ କାର୍ଯ୍ୟାଳୟ ତରଫରୁ 3.5 ଏକର ଲେଖାଏଁ ଜମି ଯୋଗାଇ ଦିଆଯିବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନାରେ ଧରାକୋଟ ବ୍ଲକର ପ୍ରାୟ ଶହେ ଗୋଟି ଗ୍ରାମ ସାମିଲ ହେବ । ସମସ୍ତ ଗ୍ରାମର ପ୍ରତି ପରିବାରକୁ ମହାନଦୀ ପାଣିକୁ ବିଶୋଧି କରଣ କରାଯାଇ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ। ସଂପ୍ରତି ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଜନହିତକର କାର୍ଯ୍ୟ କୁ ବେଶ ପ୍ରଶଂସା କରାଯିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଞ୍ଚଳ ବସି କୃତଜ୍ଞତା ଜଣାଇଛନ୍ତି।