Tuesday, August 23, 2022
Homeକଲାର ସମାଜର ଇଷ୍ଟ ଦେବ ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟ ଘାଟ

କଲାର ସମାଜର ଇଷ୍ଟ ଦେବ ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟ ଘାଟ

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଭେଲୁଆଗୁଡାସ୍ଥିତ କଲାର ସମାଜ ଭବନ ଠାରେ ଜିଲା କଲାର ସମାଜ ତରଫରୁ ଇଷ୍ଟ ଦେବତା ସହସ୍ରାର୍ଜୁନ ଙ୍କ ଜନ୍ମ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ରବିବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ଭୈରବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି  ଭେଲୁଆଗୁଡାସ୍ଥିତ କଲାର ସମାଜ ଭବନ ଠାରେ ପହଞ୍ଚିଥିଲେ | ସେଠାରେ  ସମାଜର ଇଷ୍ଟ ଦେବତା ସହସ୍ରାର୍ଜୁନଙ୍କ ପୂଜାର୍ଚ୍ଚନା କରିଥିଲେ | ପରେ ଜିଲା ସଭାପତି ରାମନାଥ କଲାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ପାପଡାହାଣ୍ଡି ବ୍ଲକ ଜିଲାପରିଷଦ ସଭ୍ୟ ଯଶୋବନ୍ତ ନାୟକ ଓ ସଭ୍ୟା ଡା. ଲିପିକା ମାଝି ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ  ଡାବୁଗାଁ ସ୍ଥିତ କଲାର ସମାଜ ଭବନ ପାଖରେ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ସଭାଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଓ ସମାଜ ଭବନ ର ପାଚେରୀ ନିର୍ମାଣ ନିମନ୍ତେ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ | ଏଥିରେ ଜିଲା କଲାର ସମାଜ ସମ୍ପାଦକ ତ୍ରିଲୋଚନ ପାଣ୍ଡେ, ଡାବୁଗାଁ ବ୍ଲକ ସଭାପତି ରଘୁନାଥ କଲାର, ସମ୍ପାଦକ କେଶବ ବେସ୍ରା, ଉମରକୋଟ ବ୍ଲକ ସଭାପତି ପବିତ୍ର ସେଠିଆ, ଝରିଗାଁ ବ୍ଲକ ସଭାପତି ମାଧବ କଲାର, ରାଇଘର ବ୍ଲକ ସଭାପତି ରବିସିଂ ପାଣ୍ଡେ, କୋଷଗୁମୁଡା ବ୍ଲକ ସଭାପତି ସଗରାମ କଲାର ଓ ଜିଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩ ହଜାର ରୁ ଊର୍ଦ୍ଧ୍ଵ କଲାର ସମାଜର ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ |

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!