Tuesday, August 23, 2022
Homeକାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ କେଲିଆ ମନ୍ଦିର ରାସ୍ତା ସଜାଡ଼ିବାକୁ RD ବିଭାଗକୁ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ କେଲିଆ ମନ୍ଦିର ରାସ୍ତା ସଜାଡ଼ିବାକୁ RD ବିଭାଗକୁ

ନବରଙ୍ଗପୁର:- କେଲିଆ ମନ୍ଦିର ଯିବା ରାସ୍ତାରେ ପ୍ରଶସ୍ତି କରଣ କାର୍ଯ୍ୟ ଚାଲୁ ଥିବା ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇଛି।କାର୍ତ୍ତିକ ପୂର୍ଣ୍ଣିମା ଓ ଶେଷ ସୋମବାର ପାଳନ ପାଇଁ ବହୁ ସଂଖ୍ୟାରେ ଏ ରାସ୍ତାଦେଇ ଗାଡି ମଟର ଯାତାୟାତ କରେ । କାରଣ ଏହି ପ୍ରସିଦ୍ଧ ଐତିହାସିକ ଶୈବପୀଠ କେଲିଆ ମନ୍ଦିରରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଖାଲି ରାଜ୍ୟ ନାହିଁ ରାଜ୍ୟ ବହାରରୁ ଛତିଶଗଡ଼, ଅନ୍ଦ୍ରାପ୍ରଦେଶରୁ ମଧ୍ୟ ସତାଧିକ ଭକ୍ତ ଙ୍କ ସମାଗମ ବର୍ଷତମାମ ଲାଗିରହିଥାଏ।କାର୍ତ୍ତିକ ପୂର୍ଣ୍ଣିମା,  ଶେଷ ସମବାର ,ବୋଲବମ ଏବଂ ଶିବରାତ୍ରିରେ ହଜାର ହଜାର ଶିବ ଭକ୍ତ ଦର୍ଶନ ପାଇଁ ଆସନ୍ତି। ତେଣୁ ବର୍ତ୍ତମାନ ରାସ୍ତା କାମ ଯୋଗୁଁ ରାସ୍ତା ଖରାପ ଅଛି।ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା କଡରେ ଖୋଳା ଯାଇଥିବା ଖାଲ ସମତଳ କରାଯାଉ ତତ ସଙ୍ଗେ ସଙ୍ଗେ ରାସ୍ତାରେ ଥିବା ଖାଲଖମା ସଜାଡା ଯାଉ ବୋଲି ମନ୍ଦିର କମିଟି ତରଫରୁ RD ବିଭାଗକୁ  ଅନୁରଧ କରା ଯାଇଛି।ଯେଉଁ ଠିକାଦାର ଏହି କାମ ନେଇଛନ୍ତି ସେମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଭକ୍ତଙ୍କ ସୁବିଧା ପାଇଁ ରାସ୍ତା ମରାମାତି ଯଥାଶୀଘ୍ର କରିବା ପାଇଁ ଚେଷ୍ଟା କରିବା ପାଇଁ ନିବେଦନ କରିଛନ୍ତି କମିଟି ଏବଂ ସ୍ଥାନୀୟ ଜନସାଧାରଣ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!