ଖଲ୍ଲିକୋଟ--୧୯/୧୧--ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ଓଭର ବ୍ରିଜ ନିକଟରେ ବୃଦ୍ଧାଙ୍କ ଉପରେ ମାଡ଼ିଗଲା ମାଇନ୍ସ ଟ୍ରକ୍, ଘଟଣା ସ୍ଥଳରେ ଚାଲିଗଲା ବୃଦ୍ଧାଙ୍କ ପ୍ରାଣବାୟୁ ।ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ କଲେ ରାସ୍ତାରୋକ । ସୂଚନା ଅନୁଯାୟୀ, ଆଜି ଅର୍ଥାତ୍ ରବିବାର ସକାଳ ସାଢେ଼ ୮ଟା ସମୟରେ ଲକ୍ଷ୍ମୀପୁର ସାହି ର ତାରା ଟହଲ ବୟସ ପ୍ରାୟ ୬୦ ଲଂଗଳେଶ୍ୱର ବଜାର କୁ ଆସୁଥିବା ବେଳେ ଗୋପାଳପୁର ରୁ ଯୋଡ଼ା ଅଭିମୁଖେ ଫେରୁଥିବା ଏକ ମାଇନ୍ସ ଟ୍ରକ୍ ନମ୍ବର OD 09 C 7889 ଲଂଗଳେଶ୍ୱର ଓଭର ବ୍ରିଜ ନିକଟରେ ତାରା ଙ୍କ ଉପରେ ମାଡି ଯାଇଥିଲା ।ଫଳରେ ଘଟଣା ସ୍ଥଳରେ ଅତି ମର୍ମନ୍ତୁଦ ଭାବେ ତାରା ଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କିଛି ସମୟ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ଏହାପରେ ପୋଲିସ ବୃଦ୍ଧା ଙ୍କ ମୃତଦେହ କୁ ଜବତ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ।ପୋଲିସ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର କୁ ଭେଜିପୁଟ ଫାଣ୍ଡି ରେ ଅଟକ ରଖିଥିବା ଜଣାପଡିଛି ।ଏ ସମ୍ପର୍କରେ ଡ୍ରାଇଭର ସହିଦ ଇମ୍ରାନ ଙ୍କ କହିବା ଅନୁଯାୟୀ, ଯୋଡ଼ା ରୁ ଟ୍ରକ ରେ ମାଇନ୍ସ ବୋଝେଇ କରି ଗୋପାଳପୁର ବନ୍ଦରରେ ରାତି ୧୨ ଟାରେ ପହଞ୍ଚି ଥିଲା ।ସେଠାରେ ମାଇନ୍ସ ଖଲାସ କରି ଭୋର ୫ ଟାରେ ପୁଣି ଯୋଡ଼ା ଅଭିମୁଖେ ବାହାରି ଥିଲେ ।କିନ୍ତୁ ବିଶ୍ରାମ ନେଇ ନ ଥିବାରୁ ଆଖି ଲାଗି ଯାଇଥିଲା ଏବଂ ସେହି ସମୟରେ ବୃଦ୍ଧା ଙ୍କ ଉପରେ ଟ୍ରକ ମାଡି ଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି ।