Tuesday, August 23, 2022
Homeଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

ଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

ବ୍ରହ୍ମପୁର,୧୯/୧୧/୨୩:ଗତ ୧୭ ଓ ୧୮ ତାରିଖରେ କେନ୍ଦୁଝର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବାଳିକା ଦଳ ଚମ୍ପିୟାନ ହୋଇଛି।କେନ୍ଦୁଝର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଏକ ୧୬ ଜଣିଆ ବାଳିକା ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରି ଅଂଶ ଗ୍ରହଣ କରିଥିଲା ।ପ୍ରଥମ ଲିଗ୍ ମ୍ୟାଚ ରେ ଜଗତସିଂହପୁର କୁ ୦୯/୦୪ ଗୋଲ ବ୍ୟବଧାନରେ ଓ ଭଦ୍ରକ ଜିଲ୍ଲା ଦଳକୁ ୧୪/୦ ଗୋଲ ବ୍ୟବଧାନରେ ଏବଂ ବଲାଙ୍ଗୀର ଦଳକୁ ୧୫/୧ ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ କୁ ପ୍ରବେଶ କରିଥିଲା ।ପୁଣି ସେମିଫାଇନାଲ ମ୍ୟାଚରେ ଯାଜପୁର ଦଳକୁ ୧୭/୩ ଗୋଲ ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଗଞ୍ଜାମ ଜିଲ୍ଲା ବାଳିକା ଦଳ ଆୟୋଜିତ ଫାଇନାଲ୍ ମ୍ୟାଚରେ କେନ୍ଦୁଝର ବାଳିକା ଦଳକୁ ୦୯-୦୫ ଗୋଲ ବ୍ୟବଧାନରେ ପରାସ୍ତ କରି ପୁଣି ଲଗାତାର ଦ୍ଵିତୀୟ ଥର ପାଇଁ ଚମ୍ପିୟାନ୍ ଆଖ୍ୟା ଅର୍ଜନ କରିବାରେ ସଫଳତା ହାସଲ କରିଛି ।ଆୟୋଜିତ ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ବାଳିକା ଦଳର ବର୍ଷା ସେଠି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଜି.ଜ୍ୟୋତି ପାତ୍ର,ବର୍ଷା ବେହେରା, ସସ୍ମିତା, ସଞ୍ଜନା, ଅଙ୍କିତା, ମିଲୁ ଓ ସ୍ୱାଗତିକା ପ୍ରମୁଖ ଭଲ ଖେଳ ପ୍ରଦର୍ଶନ କରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ବାଳିକା ଦଳର ଏହି ବିଜୟ ପାଇଁ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ । ତେବେ ଗତ ଏକ ମାସ ଧରି ବ୍ରହ୍ମପୁର ଖଲ୍ଲିକୋଟ କକେଜ ଷ୍ଟାଡିୟମ୍ ପରିସରରେ ହ୍ୟାଣ୍ଡବଲ ପ୍ରତିଯୋଗି ଏନ୍.ଆଇ.ଏସ୍ ହ୍ୟାଣ୍ଡବଲ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ସ୍ୱତନ୍ତ୍ର ତାଲିମ ନେଇଥିଲେ ।ଚମ୍ପିୟାନ ବାଳିକା ଦଳକୁ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏଥିରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ହ୍ୟାଣ୍ଡବଲ ସଂଘ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଓ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଅତିଥି ରୂପେ ଯୋଗ ଦେଇ ଚମ୍ପିୟାନ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,ସାଂଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ,ଏନ୍ ଆଇ ଏସ କୋଚ୍ ପ୍ରଶାନ୍ତ କୁମାର ରଥ,କୋଷାଧ୍ୟକ୍ଷ ଡାକ୍ତର ସି.ଏଚ୍ ମନୋଜ କୁମାର ପାତ୍ର,ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର,ଅଭିନାଶ ମେଦି,ରାମାସିଶ ଓ ଦୀପକ୍ ପ୍ରମୁଖ ଏହି ଦଳକୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!