Tuesday, August 23, 2022
Homeସୋସିଆଲ ମିଡିଆ ପରିଚାଳନା କ୍ଷେତ୍ରରେ ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ମାଲକାନଗିରି ଜିଲ୍ଲା ପରିଷଦ ଓ ମାଲକାନଗିରି ବ୍ଲକ

ସୋସିଆଲ ମିଡିଆ ପରିଚାଳନା କ୍ଷେତ୍ରରେ ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ମାଲକାନଗିରି ଜିଲ୍ଲା ପରିଷଦ ଓ ମାଲକାନଗିରି ବ୍ଲକ

ମାଲକାନଗିରି, 20/11/23
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ 
ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ରାଜ୍ୟ ସ୍ତରୀୟ ଜିଲ୍ଲା ପରିଷଦ 
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ହୋଇଯାଇଛି । ଏହି ସମ୍ମିଳନୀରେ ସୋସିଆଲ ମିଡିଆ ପରିଚାଳନା ଉପରେ ଶ୍ରେଷ୍ଠ ୫  ମଧ୍ୟରେ ମାଲକାନଗିରି ଜିଲା ପରିଷଦକୁ ପୁରସ୍କୃତ କରାଯାଇଛି | ଏହି ପୁରସ୍କାରକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି। ସେହିପରି ମାଲକାନଗିରି ବ୍ଲକ ସୋସିଆଲ ମିଡିଆ ପରିଚାଳନା ଉପରେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପାଞ୍ଚଟି ବ୍ଲକ ମଧ୍ୟରେ  ସ୍ଥାନ ହାସଲ କରି 
  ପୁରସ୍କୃତ ହୋଇଛି | ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀଙ୍କ ଠାରୁମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହା ଆମ ଜିଲ୍ଲା ପାଇଁ ଖୁସି ର ବିଷୟ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ୩୦ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!