Tuesday, August 23, 2022
Homeଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର ବିରୁଦ୍ଧରେ ସାନଖେମୁଣ୍ଡି ବ୍ଲକ କୁ ଘେରାଉ କଲା ବିଜେପି।

ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର ବିରୁଦ୍ଧରେ ସାନଖେମୁଣ୍ଡି ବ୍ଲକ କୁ ଘେରାଉ କଲା ବିଜେପି।

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଇ ପ୍ରଦୀପ ପତ୍ରୀଙ୍କ ନେତୃତ୍ୱରେ ସାନଖେମୁଣ୍ଡି ବ୍ଲକ ଘେରାଉ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ବିଜେଡି ସରକାର ୨୩ ବର୍ଷ ଶାସନ ରେ ଓଡ଼ିଶା ବାସୀଙ୍କ ପାଇଁ କରିଛି କଣ ତାହା ଆଜି ପ୍ରଶ୍ନ ବାଚି ହୋଇ ରହିଛି। ପଞ୍ଚାୟତରୁ ନେଇ  ବ୍ଲକ ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ପିସି କାରବାର ଚାଲିଛି।ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି।ସରକାରଙ୍କ ଗୁମୁସ୍ତା ମାନେ ଏବେ ସାଧାରଣ ଓଡ଼ିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି।ଗଞ୍ଜାମ ଜିଲ୍ଲା ରେ ଚାଷୀଙ୍କ ପାଇଁ ଚାଷ କରିବା ପାଇଁ ଜମିରେ ପାଣି ଟୋପେ ମଧ୍ୟ ମିଳୁନାହିଁ। ଧାର କରଜ କରି ଚାଷୀ ଜମିରେ ଖର୍ଚ୍ଚ କରୁଥିବା ବେଳେ ପାଣି ଟୋପେ ପାଇଁ ଚାଷୀ ଆତ୍ମହତ୍ୟା କରୁଛି କାହା ପାଇଁ ଏହି ବିଜେଡି ସରକାର ପାଇଁ।ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦୦ ଚାଷୀ ଏହି ଆନ୍ଦୋଳନ ରେ ସାମିଲ ହୋଇ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରି ଆମର ଦାବି ଶୀଘ୍ର କାର୍ଯ୍ୟକାରୀ କରନ୍ତୁ ବୋଲି ମତ ପ୍ରକାଶ କରିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!