ମହାକାଳପଡ଼ା - 20/11/23 ମହାକାଳପଡ଼ା ବ୍ଲକ ର ସଦର ପଂଚାୟତ ମହାକାଳପଡ଼ା ପଂଚାୟତସ୍ଥ ଜାଲକଣା ଗ୍ରାମବାସୀ ମିଳିତ ଭାବେ ୧୫ ବର୍ଷ ଧରି ମା, ମନସା ଦେବୀଙ୍କ ପୂଜା କରିଆସୁଛନ୍ତି l ମୁରବି ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବି ୩ ଦିନ ଧରି ପୂଜା ଅନୁଷ୍ଠିତ ହୋଇଛି l ଚଳିତ ମାସ ୧୭ ରୁ ପୂଜା ଆରମ୍ଭ ହୋଇ ୧୯ ରେ ଶେଷ ହେବ ବୋଲି ଗାଁ କମିଟି ତରଫରୁ ଜଣାପଡିଛି l ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷୀତ ହେଉଥିବାରୁ ସ୍ଥାନୀୟ ଲୋକେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥାନ୍ତି l ପାଖ ଅଳାଇଲୋ, ରାଜଗଡ଼, ମଙ୍ଗଳପୁର ଓ ବାରଡାଙ୍ଗ ଆଦି ପଂଚାୟତର ଶ୍ରଦ୍ଧାଳୁ ମା ମନସା ଦେବି ଙ୍କ ପୂଜା ମଣ୍ଡପ ଦର୍ଶନ କରିଥାନ୍ତି l ରାଜନେତା ଓ ସ୍ବେଛାସେବୀ ମାନେ ମଣ୍ଡପ ରେ ଦେବି ଙ୍କୁ ଦର୍ଶନ କରିବା ସହିତ ଅଞ୍ଚଳ ବାସୀଙ୍କ ଶୁଭ ମନାସିଛନ୍ତି l ଉଲ୍ଲେଖ ଥାଉକି ମନସା ଦେବୀଙ୍କ ପୂଜା ପୂର୍ବରୁ ଗ୍ରାମର କେହି ନା କେହି ସର୍ପ ଦଂଶନ ର ଶୀକାର ହେଉଥିଲେ l ଏନେଇ ଗ୍ରାମର ମୁରବି ମାନେ ଅଂଚଳର ପ୍ରସିଦ୍ଧ ସାଧୁ ବାବା ବଳିଆଙ୍କ ନିକଟକୁ ଯାଇ ଦୁଃଖ ଜଣାଇଲେ l ପ୍ରତିକାର ସ୍ୱରୂପ ବାବା ଙ୍କ ପରାମର୍ଶ କ୍ରମେ ଗ୍ରାମବାସୀ ମିଳିତ ଭାବେ ୧୫ ବର୍ଷ ତଳେ ଦେବୀଙ୍କ ପୂଜା ଆରମ୍ଭ କରିଥିଲେ l ସୁଫଳ ମିଳିବାରୁ ସେହିଦିନ ଠାରୁ ଗ୍ରାମବାସୀ ଶୁଦ୍ଧ ପୁତ ଭାବେ କାର୍ତ୍ତିକ ମାସ ନାଗ ଚତୁର୍ଥୀ ଠାରୁ ଦେବୀଙ୍କ ପୂଜା ଆରମ୍ଭ କରି ତୃତୀୟ ଦିନ ବିସର୍ଜନ କରିଥାନ୍ତି l. ଏନେଇ ଗ୍ରାମବାସୀ ଦେବୀଙ୍କୁ ଦର୍ଶନ କରି ଦୁଃଖ ଜଣାଇବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରତ୍ୟେକ ବର୍ଷ ରାତ୍ରି ରେ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି l. ଚଳିତ ବର୍ଷ ଗ୍ରାମର ମହିଳା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଗୀତିନାଟ୍ୟ ପରିବେଷଣ କରୁଛନ୍ତି l