କେନ୍ଦ୍ରାପଡା - ସାରା ଦେଶରେ ୭0ତମ "ସମବାୟ ସପ୍ତାହ "ପାଳନ ଅବସର ରେ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରୁଛନ୍ତି l ଏନେଇ ରାଜ୍ୟର କୋଣ ଅନୁକୋଣରେ ଅବସ୍ଥିତ ସମସ୍ତ ସମବାୟ ସମିତି ରେ ପାଳିତ ହେଉଛି "ସମବାୟ ସପ୍ତାହ "l ଏହି ଅବସର ରେ କେନ୍ଦ୍ରାପଡା ଜିଲ୍ଲା ର ସମସ୍ତ ସମବାୟ ବିଭାଗୀୟ କର୍ମଚାରୀ ମିଳିତ ଭାବେ ଶୁକ୍ରବାର ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ପରବର୍ତ୍ତୀ ସମୟରେ ଜିଲ୍ଲା ସମବାୟ ପରିବାର ତରଫରୁ ସଂସ୍କୃତି ଭବନ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ମହୋତ୍ସବ ରେ ସଭିଏଁ ଯୋଗ ଦେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ପରେ ଆୟୋଜିତ ସଭାରେ ଏଆରସିଏସ ସନ୍ତୋଷ ଦାସ ଏସଆରସିଏସ ଯୋଗେନ୍ଦ୍ର ବିଶ୍ୱାଳ ଓ ସିସିବି ର ସମ୍ପାଦକ ଆଦି ମଞ୍ଚାରେ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ l