Tuesday, August 23, 2022
Homeନାଲକୋ ପଞ୍ଚପଟମାଳି ଖଣିରେ ପରିବେଶ ଏବଂ ଖଣିଜ ପଦାର୍ଥ ସଚେତନତା କାର୍ଯ୍ୟକ୍ରମ

ନାଲକୋ ପଞ୍ଚପଟମାଳି ଖଣିରେ ପରିବେଶ ଏବଂ ଖଣିଜ ପଦାର୍ଥ ସଚେତନତା କାର୍ଯ୍ୟକ୍ରମ

ଦାମନଯୋଡି,୧୮/୧୧:- ନବରତ୍ନ ଉଦ୍ୟୋଗ ନାଲକୋର ପଞ୍ଚପଟମାଳି ବକ୍ସାଇଟ୍ ଖଣିରେ ପରିବେଶ ଓ ଖଣିଜ ପଦାର୍ଥ ସଚେତନତା କାର୍ଯ୍ୟକ୍ରମ (ଇଏମଏପି- ୨୦୨୩-୨୪)ଶନିବାର ଅନୁଷ୍ଠିତ ହୋଇଯାଇଛି।ନାଲକୋ ଓ ଏସଜିଏଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶ ଏବଂ ଖଣିଜ ପଦାର୍ଥ ସଂରକ୍ଷଣର ମହତ୍ତ୍ଵ ବିଷୟରେ ଖଣି ଆଖପାଖ ଅଞ୍ଚଳର ଉଚ୍ଚ ବିଦ୍ୟାଳୟ ପିଲାଙ୍କୁ ସଚେତନ କରିବା ଏହାର ଉଦ୍ଦେଶ୍ୟ। ଚଳିତବର୍ଷ ୧୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯଥା ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ଵତୀ ବିଦ୍ୟାମନ୍ଦିର,ମାଥାଲପୁଟ ସ୍ଥିତ ମାଲୁ ସାଉନ୍ତା ନୋଡାଲ ହାଇସ୍କୁଲ,ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଭେଜାପୁଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସେମିଳିଗୁଡାର ନେତାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଜୀବନଜ୍ୟୋତି କନଭେଣ୍ଟ ସ୍କୁଲ,ସୁନାବେଡାର ଏରୋନେଟିକ୍ସ ଡିଏଭି ହାଇସ୍କୁଲ, ଭି.ଏସ ବିଦ୍ୟାଳୟ ଓ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ,ଲାଣ୍ଡିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ,କାକିରିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ,କୋରାପୁଟ କେନ୍ଦ୍ରିୟ ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ସମୟରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଖଣି କାର୍ଯ୍ୟକଳାପ ବିଷୟରେ ସୂଚନା ଦିଆଯାଇଥିଲା।ସେମାନଙ୍କୁ ପଞ୍ଚପଟମାଳି ଖଣି ଚାରିପାଖରେ ବୁଲାଇ ପରିବେଶ ଏବଂ ଖଣିଜ ପଦାର୍ଥ ସରଂକ୍ଷଣ ବିଷୟରେ ଅବଗତ କରାଯାଇଥିଲା।

ଏହି ଅବସରରେ ଖଣିଜ ଏବଂ ପରିବେଶ ସଂରକ୍ଷଣ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ଯଥା ଲିଖିତ ପରୀକ୍ଷା,ଉଦ୍ଭିଦ ଚିହ୍ନଟ ପରୀକ୍ଷା,ଖଣିଜ ଚିହ୍ନଟ ପରୀକ୍ଷା,କୁଇଜ୍ ପ୍ରତିଯୋଗିତା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମ ଶେଷରେ ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢ଼ୀ,ଜିଜିଏମ (ଖଣି) ରସିଦ ୱାରିସ ,ଜିଜିଏମ (ଆଲୁମିନା ରିଫାଇନେରୀ)ପ୍ରମୋଦ କୁମାର ବେହେରା,ଜିଜିଏମ୍ (ଓ ଆଣ୍ଡ ଏମ) ସୁରେଶ ଚନ୍ଦ୍ର ସାମଲ, ଜିଜିଏମ (ମାନବ ସମ୍ବଳ ଓ ପ୍ରଶାସନ) ଅମରେନ୍ଦ୍ର କୁମାର ମିଶ୍ର,ଏସଜିଏଟି ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଯାଦବାନନ୍ଦ ଦାସ ଓ କ୍ଷୀତିଶ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ତଥା ଘରେ ଖଣିଜ ପଦାର୍ଥର ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରଦୂତ ହେବାକୁ ପରାମର୍ଶ ଦେଇଥିଲେ।ମହାପ୍ରବନ୍ଧକ(ପରିବେଶ) ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଭୁବନେଶ୍ୱରସ୍ଥିତ ସୋସାଇଟି ଅଫ ଜିଓସାଇଣ୍ଟିଷ୍ଟସ୍‍ ଆଣ୍ଡ ଆଲାଏଡ ଟେକନୋଲୋଜିଷ୍ଟ (ଏସଜିଏଟି) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ବିଭିନ୍ନ ଖଣି ଅଞ୍ଚଳରେ ୧୯୯୦ ମସିହାରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ପ୍ରକାଶ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!