.ଧରାକୋଟ 18/11/23
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବି ଆର ଟି ସୀତାକାନ୍ତ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ପରିଚାଳନା ରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ବି ଆର ସି ସି ପ୍ରଦୀପ କୁମାର ହୋତା,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେଉପସ୍ଥିତ ରହିଥିଲେ। ଏହି ଅବସରରେ ପାଞ୍ଚ ଗୋଟି କ୍ଲଷ୍ଟର ଅଧିନସ୍ତ ବିଭିନ୍ନ ବିଦ୍ୟାଳୟ ର 300 ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଛତ୍ରପୁର ଓ ହିଞ୍ଜିଳି ର ଚକ୍ଷୁ ସହାୟକ ବୃନ୍ଦାବନ ଦଳେଇ, ପ୍ରଦୀପ କୁମାର ବେହେରା ଓ ରମେଶ ଚନ୍ଦ୍ର ଦଳେଇ ପିଲାମାନଙ୍କର ଚିକିତ୍ସା କରିଥିଲେ । ଆବଶ୍ୟକ ଭିତ୍ତିରେ ଚଷମା ପ୍ରଦାନ, ଏବଂ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲ ରେ ମାଗଣା ରେ ଚିକିତ୍ସା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପିଲାଙ୍କ ଚକ୍ଷୁ ଜନିତ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁଁ ଏହା ବେଶ ପ୍ରଶଂସନୀୟ ହୋଇଛି।