ଧରାକୋଟ,18/11/23
ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ଅନନ୍ତ ନାରାୟଣ ନୋଡାଲ ବିଦ୍ୟାପୀଠ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଲିଙ୍ଗରାଜ ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବି ଡି ଓ ଡେନିସ୍ ବେହେରା ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ପ୍ରଧାନ,ଜିଲ୍ଲା ବିଜ୍ଞାନ ସୁପରଭାଇଯାର ରାମଚନ୍ଦ୍ର ମହାରଣା,ବୈଜ୍ଞାନିକ ବିନୟ ଚନ୍ଦ୍ର ସାବତ, ଇକୋ କ୍ଲବ ସମ୍ପାଦକ ଶଙ୍କର ନାରାୟଣ ବେଜ,ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ,ସରପଞ୍ଚ ଅଭିମନ୍ୟୁ ସେଠୀ,ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ, ଏ ବି ଡି ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଜ୍ଞାନିକ ବିନୟ ଚନ୍ଦ୍ର ସାବତ ଗ୍ରାମାଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଏକ ପ୍ରକଳ୍ପ ନିଜସ୍ଵ ଉଦ୍ୟମରେ ଆରମ୍ଭ କରି ସହରାଞ୍ଚରେ ହେଉଥିବା ପ୍ରଦୂଷଣର ମାତ୍ରା ଅନୁଧ୍ୟାନ କରିବା ପାଇଁ ଘୋଷଣା କରିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀ ର ପରିପ୍ରକାଶ ଓ ଏହାର ପ୍ରୟୋଗ କିପରି ଭାବରେ ହେବ ସେ ଉପରେ ମାର୍ଗ ଦର୍ଶନ କରିଥିଲେ। ଏଥିରେ ପ୍ରାଥମିକ ବିଦ୍ୟାଳୟ ସ୍ତରର 53 ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 50, ଗୋଟିଏ ଲେଖାଏଁ ଉଚ୍ଚ ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟ ଭାଗ ନେଇଥିଲେ। ସେଥି ମଧ୍ୟରୁ ସିନିଅର ସ୍ତରର 2, ଜୁନିଅର ସ୍ତରର 2 ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ବିଚାରକ ଭାବରେ ଖମ୍ବେୟା ଦୋରା କଲେଜ ର ଅଧ୍ୟାପକ ନୀଳାଚଳ ପାଣିଗ୍ରାହୀ ଓ ସଞ୍ଜୟ କୁମାର ଷଡଙ୍ଗୀ ଦାୟିତ୍ୱ ତୁଲାଇଥିଲେ। ଏଥିରେ ସମସ୍ତ ସି ଆର ସି ସି ସହଯୋଗ ପ୍ରଦାନ କରିଥିଲେ।