ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବୋଡନି ଗ୍ରାମ ନିକଟରେ ସୋମବାର ସନ୍ଧ୍ୟା ସାଢେ଼ ୫ ଘଣ୍ଟ ସମୟରେ ଲକ୍ଷାଧିକ ଟଙ୍କାର ଲୁଟ ର ଶିକାର ହୋଇଥିବା ନେଇ ବୋଡନି ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ଙ୍କ ସ୍ତ୍ରୀ ସରୋଜିନୀ ନାୟକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେଶ ନ ୧୯୯/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ବୋଡନି ଆଶ୍ରମ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରି ଶୁଭ୍ରାଙ୍ଗିନି ମାହାଳିକ ଙ୍କ ସ୍ଵାମୀ ବିନୋଦ କୁମାର ନାୟକ ଙ୍କୁ ଡାବୁଗାଁ ପର୍ଯ୍ୟନ୍ତ ବାଇକ୍ ରେ ଲିଫ୍ଟ ଦେବାକୁ ଯାଇ ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ଆକ୍ରମଣ ସହ ଲୁଟ ର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ବୋଡନି ଆଶ୍ରମ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରି ଶୁଭ୍ରାଙ୍ଗିନି ମାହାଲିକ ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ପାଲଟା ଅଭିଯୋଗ କରିବା ସହ ଝରିଗାଁ ଥାନା ରେ ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ବିରୁଦ୍ଧରେ ଏତଲା ଦେଇଛନ୍ତି। ଝରିଗାଁ ପୁଲିସ କେସ ନ ୨୪୩/୨୨ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣା ର ପ୍ରକୃତ ସତ୍ୟ କଣ ତାହା ସନ୍ଦିହିନ ରହିଥିବା ବେଳେ ଡାବୁଗାଁ ଓ ଝରିଗାଁ ପୁଲିସ ପାଖରେ ଉଭୟ ପକ୍ଷରୁ ପୃଥକ୍ ପୃଥକ୍ ଏତଲା ହୋଇଛି।