Tuesday, August 23, 2022
Homeଉତ୍ତରାଖଣ୍ଡରେ ଏକ ଟନେଲ ରେ ପଶିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଭଗବାନ ଭତରା,ଚିନ୍ତାରେ ପରିବାର

ଉତ୍ତରାଖଣ୍ଡରେ ଏକ ଟନେଲ ରେ ପଶିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଭଗବାନ ଭତରା,ଚିନ୍ତାରେ ପରିବାର


ଗତ 12ତାରିଖ ରେ ଉତ୍ତରାଖଣ୍ଡ ର ଏକ ଟନେଲ ରେ ଓଡିଶା ର 5ଜଣ ପଶି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ତାଳବେଡ଼ା ଗାଁ ର ଜଳ ଭତରା ଙ୍କ ମଝିଆ ପୁଅ ଭଗବାନ ଭତରା ପଶି ରହିଛନ୍ତି। ଭଗବାନ ଦେଡ ବର୍ଷ ପୂର୍ବେ ପରିବାର ପ୍ରତିପୋଷଣ କରିବା ଏବଂ କିଛି ରୋଜଗାର କରିବା ପାଇଁ କୋଷାଗୁମୁଡା ବ୍ଲକ ର ସାରଲ ଧନୁଆ ଡମରୁ ଭତ୍ରା ଙ୍କ ସହିତ ଉତ୍ତରାଖଣ୍ଡ କୁ ଯାଇଥିଲେ। ତେବେ ଟନେଲ ପଶି ଥିବା ଖବର ଜାଣି ନଥିବା ବେଳେ ଗତକାଲି ସାଙ୍ଗରେ ଯାଇଥିବା ଡମ୍ବରୁ ଫୋନ କରି ଜଣାଇଥିଲେ। ତେବେ ଟୋନଲ ରେ ପଶି ଥିବା ଜାଣି ଏବେ ଚିନ୍ତାରେ ପରିବାର ଏବଂ ଗ୍ରାମବାସୀ । ଉଦ୍ଧାର କରିବା ପାଇଁ ପ୍ରଶାସନ କୁ ଗୁହାରି କରିଛନ୍ତି ପରିବାର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!