Tuesday, August 23, 2022
Homeଡାବୁଗାଁ ଅଂଚଳରେ ବର୍ଷା ଅଭାବରୁ ଧାନ ଫୋସଲ ନଷ୍ଟ,ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦା

ଡାବୁଗାଁ ଅଂଚଳରେ ବର୍ଷା ଅଭାବରୁ ଧାନ ଫୋସଲ ନଷ୍ଟ,ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦା


ନବରଙ୍ଗପୁର:-ବର୍ଷା ଅଭାବରୁୁ ଧାନ ଫସଲ ନଷ୍ଟ । ମରୁଡ଼ି ଦାବିରେ  ଡାବୁଗାଁ କୃଷକ ମହାସଂଘର ନେତୃତ୍ୱରେ ଚାଷୀ ପ୍ରତିବାଦ କରିଛନ୍ତି ।  ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ବର୍ଷା ଅଭାବରୁ  ବ୍ଲକର 30% ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତେଣୁ ଏହାକୁ ଗୁରୁତର ସହ ନେଇ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଦ୍ୱାରା ସରଜମିନ ତଦନ୍ତ କରାଯାଇ ସଠିକ୍ ଭାବରେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏବଂ ନବରଙ୍ଗପୁର  ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଡାବୁଗାଁ  ତହସିଲଦାର  ସଦାଶିବ ଭତ୍ରା ଙ୍କୁ ଭେଟି ଏକ ଦାବି ପତ୍ରପ୍ରଦାନ କରିଛନ୍ତି । ଡାବୁଗାଁ ବ୍ଲକ କୃଷକ ମହାସଙ୍ଘର ସଭାପତି ସତ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ।ଏହି ଦାବିପାତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ଉପସଭାପତି ରାଜେନ୍ଦ୍ର ମିଶ୍ର,ସମ୍ପାଦକ ଦେବୀ ପ୍ରସାଦ ରଥ,ରାଜେନ୍ଦ୍ର ବିଶାୟୀ,ଦିନେସ ସିଂ,ଚୁନୁ ସିଂ ସମେତ ୧୨ ଗୋଟି ପାଞ୍ଚାୟର ଚାଷୀ ଭାଇ ମାନେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!