ବ୍ରହ୍ମପୁର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଦାୟିତ୍ୱବାନ ଛାତ୍ର ସଙ୍ଗଠନ ଭାବରେ ସବୁବେଳେ ବିଦ୍ୟାର୍ଥୀମାନଙ୍କ ହକ୍ ପାଇଁ ଲଢ଼ି ଆସିଛି l ଦୀର୍ଘ ୭୫ ବର୍ଷର ଯାତ୍ରାରେ ବହୁ ଆନ୍ଦୋଳନ ର ନେତୃତ୍ୱ ଏବିଭିପି ନେଇଛି ଆଉ ତାରା ଫଳ ମଧ୍ୟ ଆଜି ସମାଜ ଆଗରେ ଅଛି l ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସରକାର ଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ, ରୋଜଗାର କ୍ଷେତ୍ରରେ ଓ ସୁରକ୍ଷା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ବିଫଳ ରହିଛି l କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇବା ନାମରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କଲେ l କିନ୍ତୁ ଆଜି କ୍ୟାମ୍ପସରେ ଅଧ୍ୟାପକ ନାହାନ୍ତି, ରାଗିଂ ବଢିବାରେ ଲାଗିଛି, କ୍ୟାମ୍ପସ୍ ରେ ଗୁଣ୍ଡାଗିରି ବଢୁଛି l ସବୁ କଲେଜର ଜମି କଲେଜ ନାମରେ ଏପର୍ଯ୍ୟନ୍ତ ହୋଇନାହିଁ, ରାଜ୍ୟରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ରେ ପରୀକ୍ଷାରେ ଶ୍ରୁଙ୍ଖଳା ରହୁ ନାହିଁ ଓଡ଼ିଶାରେ ରାଷ୍ଟ୍ରୀୟ ଶିକ୍ଷା ନୀତି କ୍ରିୟାନ୍ଵୟନ କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ, ସରକାରୀ ମହାବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ନାଁରେ ପଇସା ଲୁଟ କରାଯାଉଛି, ସବୁ କଲେଜରେ ଛାତ୍ରୀ ନିବାସ ନାହିଁ, ବିକାଶ ନାମରେ କେବଳ ରଙ୍ଗ ବୋଳା ଯାଉଚି ସେହି ଭଳି ରୋଜଗାର କ୍ଷେତ୍ରରେ ଅପାର ସମ୍ଭାବନା ଥିଲେ ମଧ୍ୟ ରାଜ୍ୟ ସରକାର ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ପାଇଁ ଆଖି ଦୃଷ୍ଟିଆ ପଦକ୍ଷେପମାନ ନେଉ ନାହାନ୍ତି, ମୂର୍ତ୍ତିକଳା କାରୁକଳା ବିକାଶ ପାଇଁ ପଦକ୍ଷେପ, ମହାନଦୀ ଭଳି ଅନ୍ୟ ନଦୀରେ ଚେକ୍ ଡ୍ୟାମ କରି କୃଷି କ୍ଷେତ୍ର କୁ ଅଧିକ ଜଳ ଯୋଗାଇବା, ପାରମ୍ପରିକ ବୃତ୍ତି କୁ ଗୁରୁତ୍ଵ ଦେବା, ଓଡ଼ିଶାର ଦାବିରେ ଏହି ସମାବେଶ ଅନୁଷ୍ଠିତ ହେବ l ଆଜି ରାଜ୍ୟରେ ଦିନକୁ ଦିନ ମହିଳା ଉତ୍ପୀଡ଼ନ ଘଟଣା ବଢୁଚି ତେଣୁ ରାଜ୍ୟର ସମସ୍ତ ବ୍ଲକରେ ସ୍ଵତନ୍ତ୍ର ମହିଳା ଥାନା ପ୍ରସ୍ତୁତ କରାଯାଉ, ଓଡ଼ିଶାରେ ନାବାଳିକା ତସ୍କରି ରୋକାଯାଉ l ଓଡ଼ିଶାର ବିପର୍ଯ୍ୟୟ ର ମୁଖ୍ୟ କାରଣ ମଦ ଓ ମାଦକ ଦ୍ରବ୍ୟ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ l ଓଡ଼ିଶାର ସୀମା ସୁରକ୍ଷା, କୋଟିଆ ଭଳି ପ୍ରସଙ୍ଗରେ ତତ୍ପର ହୁଅନ୍ତୁ ସରକାର, ରାଜ୍ୟରେ ବଢୁଥିବା ବଙ୍ଗଳାଦେଶି ଅନୁପ୍ରବେଶକୁ ବନ୍ଦ କରିବା ତାଙ୍କୁ ଚିହ୍ନଟ କରିବା ଓ ଦେଶାନ୍ତର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରିବାର ଆବଶ୍ୟକତା ରହିଛି l
ଏହୀ ସମସ୍ତ ଶିକ୍ଷା ସମସ୍ୟା, ରୋଜଗାର ସମସ୍ୟା ଓ ସୁରକ୍ଷା ବିଷୟରେ ଆନ୍ଦୋଳନ କରିଛି ତଥାପି ସରକାର ନିଘୋଡ ନିଦ୍ରାରେ l ତେଣୁ ୪୧ ଗୋଟି ଦାବି ନେଇ ଏବିଭିପି ଜିଲ୍ଲା ସ୍ତରରେ ମଧ୍ୟ ଆନ୍ଦୋଳନ କରିଛି। ବର୍ତ୍ତମାନ୍ ଆଗାମୀ ୨୧ ନଭେମ୍ବରରେ ଓଡ଼ିଶାର ସମସ୍ତ ବ୍ଲକରୁ କ୍ୟାମ୍ପସରୁ ହଜାର ହଜାର ବିଦ୍ୟାର୍ଥୀ ରାଜଧାନୀ ଭୁବନେଶ୍ଵରକୁ ଛାତ୍ର ହୁଙ୍କାର ସମାବେଶରେ ଯୋଗ ଦେବାକୁ ଜିବେ ଓ ସରକାରଙ୍କୁ ନିଜ ଦାବି ସମାଧାନ ପାଇଁ ସ୍ଵର ଉତ୍ତୋଳନ କରିବେ l ସେହିଭଳି ଗଞ୍ଜାମ ଜିଲ୍ଲା ରୁ ମଧ୍ୟ ପ୍ରତି କ୍ୟାମ୍ପସ ରୁ ଶତାଧିକ ବିଦ୍ୟାର୍ଥୀ ଆନ୍ଦୋଳନ ନିମନ୍ତେ ଭୁବନେଶ୍ୱର ଯିବେ ବୋଲି ଗଞ୍ଜାମ ବିଭାଗ ସଂଯୋଜୋକ ଅନିଲ କୁମାର ସ୍ବାଇଁ ପ୍ରେସ ବାର୍ତ୍ତାରେ କହିଛନ୍ତି । ଏହି ପ୍ରେସ ବାର୍ତ୍ତା ବିଭାଗ ସୋସିଆଲ ମିଡ଼ିଆ ସଂଯୋଜୋକ ସୁନିଲ କୁମାର ଦୋରା, ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ଟୁକୁନା ମଲିକ , ବଳରାମ, ବିକାଶ ପ୍ରମୁଖ ଉପସ୍ଥିତ ଥିଲେ।