ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଶ୍ରୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ମିହିର ତ୍ରିପାଠୀ, ସମ୍ପାଦିକା ଶ୍ରୀମତୀ ଭବାନୀ ରାଣୀ ଦାସ, ପ୍ରିନ୍ସପାଲ୍ ଶ୍ରୀ ପ୍ରଶାନ୍ତ କୁମାର ସେନାପତି ଦ୍ଵୀପ ପ୍ରଜଲ୍ଵନ୍ କରିଥିଲେ। ଏଥିରେ ପୂର୍ବରୁ ହୋଇଥିବା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ ମାନପତ୍ର ଏବଂ ଗିଫ୍ଟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।