Tuesday, August 23, 2022
Homeଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ବମ ଗାଁ ନିକଟରେ ଅବକାରୀ ଓ ପୋଲିସ ବିଭାଗର ଚଢ଼ାଉ କରି ୯ କୋଟି ଟଙ୍କାର ଗଞ୍

ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ବମ ଗାଁ ନିକଟରେ ଅବକାରୀ ଓ ପୋଲିସ ବିଭାଗର ଚଢ଼ାଉ କରି ୯ କୋଟି ଟଙ୍କାର ଗଞ୍

ପାରଳାଖେମୁଣ୍ଡି:୧୬/୧୧ ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ବମ ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ସେହି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ ଓଅବକାରୀ ବିଭାଗ l ପ୍ରାୟ ୪୫ ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବେଳେ ଏହାକୁ କାଟି ପୋଡି ନଷ୍ଟ କରାଯାଇଛି l ଗଜପତି ଜିଲ୍ଲାର ମୋହନା, ଆର.ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ବିଭିନ୍ନ ଦୁର୍ଗମ ଅଂଚଳର ଗାଁ ଗୁଡିକରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ପ୍ରତି ବର୍ଷ ଏହି ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି l ଗତ ଏକ ମାସ ହେଲା ଗଜପତି ଏସପି ଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ପ୍ରାୟ ମୋହନା, ଆର.ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଶହ ଶହ ଏକର ଗଞ୍ଜେଉ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!