Tuesday, August 23, 2022
Homeଲମତାପୁଟ ବ୍ଲକ ସ୍ତରୀୟ ପରବ ୨୦୨୩ ପାଳିତ

ଲମତାପୁଟ ବ୍ଲକ ସ୍ତରୀୟ ପରବ ୨୦୨୩ ପାଳିତ

ଲମତାପୁଟ/୧୬/୧୧/୨୦୨୩ ଲମତାପୁଟ ହାଇସ୍କୁଲ ପଡ଼ିଆରେ ପରବ ୨୦୨୩ ଧୂମଧାମରେ ପାଳିତ ହୋଇଯାଇଛି। ଏହାର ଉଦଘାଟନ କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ବ୍ଲକ ଅଧ୍ୟକ୍ଷ ଶ୍ରୀ ତାପସ କୃମାର ଚାଲାଣ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିବାକର ବାଘ। ସିଡିପିଓ ସନ୍ଧ୍ୟାରାଣି ପାତ୍ର। ଏବଂ ବିଭିନ୍ନ ରାଜନୈତିକ ଦଳ ର କର୍ମୀ ଓ ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦାନ ଦେଇଥିଲେ।ଏକ ବିଶାଳ ପଟୁଆରରେ ବ୍ରାହ୍ମଣପୁଟ ସ୍ଥିତ ମନ୍ଦିର ରେ ପୂଜା ଅର୍ଚ୍ଚନା ଓ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ। ଏବଂ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ଏହା ପୂର୍ବରୁ ଲମତାପୁଟ ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିର୍ଦ୍ଦ ସମୟ ପର୍ଯ୍ୟନ୍ତ ନାଚ ଗିତ ର ଆସର ଚାଲିଥିବା ଦେଖିବାକୁ ମିଳିଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!