ନବରଙ୍ଗପୁର:-ନିଜ କହିବା ଶୈଳୀ ପାଇଁ ପ୍ରସିଦ୍ଧ ଏବଂ କଟ୍ଟର ହିନ୍ଦବାଦି ବ୍ୟକ୍ତିତ୍ଵ ର ଅଧିକାରୀ ସତ୍ୟବ୍ରତ ସାମଲ ହେଲେ ହିନ୍ଦୁ ମହାସଂଘ ଆଇନ୍ ପରାମର୍ଶଦାତା। ବର୍ତ୍ତମାନ ଅରୁଣ ପ୍ରସନ୍ନ ନାୟକ ସହ ସତ୍ୟବ୍ରତ ସାମଲ ଙ୍କ ସଂପୂର୍ଣ୍ଣ ମାର୍ଗଦର୍ଶନ ରେ ଚାଲିବ ହିନ୍ଦୁ ମହାସଂଘ ର ଆଇନ ବିଭାଗ। ଗୋଟିଏ ପରେ ଗୋଟିଏ କଟ୍ଟର ହିନ୍ଦୁ ବାଦି ଜନ ନାୟକ ମାନଙ୍କ ହିନ୍ଦୁ ମହାସଂଘ ରେ ଯୋଗଦାନ ପ୍ରମାଣ କରୁଛି, ଏଥର ଏକ ଲମ୍ବା ଅଭିଯାନ ପାଇଁ ମହାସଂଘ ପ୍ରସ୍ତୁତ ହେଉଛି। ବିଗତ ଦିନରେ ଓଡ଼ିଶାର ହେବିଓ୍ବେଟ୍ ହିନ୍ଦୁ ନେତା ସଞ୍ଜୟ ବିଶ୍ବାସ, ଶରତ ପରିଡ଼ା ଏବଂ ଗଞ୍ଜାମ ର ହିନ୍ଦୁ ବାଘୁଣୀ ଭାବେ ପରିଚିତ ରନାଲୀ ପାଣିଗ୍ରାହୀ ଙ୍କ ଯୋଗଦାନ ହିନ୍ଦୁ ମହାସଂଘ ର ସ୍ଥିତି କୁ ଦକ୍ଷିଣ ପୂର୍ବ ଓଡ଼ିଶାରେ ମଧ୍ୟ ସୁଦୃଢ କରି ପାରିଛି। ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ମାନଙ୍କ ମିଶ୍ରଣ କୁ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ରାଷ୍ଟ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଚିନ୍ମୟୀ ସାହୁ, ଏବଂ ଉମାକାନ୍ତ ବିଷୟୀ ସ୍ବାଗତ କରିଛନ୍ତିି।