ନବରଙ୍ଗପୁର : ଡାବୁଗାଁ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲାଏନ୍ସ ଜିଓର ଟେଲିକମ୍ ସେବା ଠପ ହୋଇ ଯାଇଥିଲା । ଫଳରେ ଜିଓ ବ୍ୟବହାରକାରୀ ଉପଭୋକ୍ତା ଦୁଇଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମଙ୍ଗଳବାର ଟାରୁ ଆଜି ପର୍ଯ୍ୟନ୍ତ ନେଟୱାର୍କ ବ୍ୟାହତ ହୋଇଥିବା ଯୋଗୁଁ ଜିଓ ଉପଭୋକ୍ତା କାହା ସହ ଯୋଗାଯୋଗ କରି କଥା ହେବା ପାଇଁ ମୋବାଇଲରେ କଲ କରିପାରୁ ନାହାନ୍ତି । ଜିଓ ବ୍ୟବହାରକାରୀ କହିଛନ୍ତି ଯେ କଲ କରିବା ଓ ଇଣ୍ଟରନେଟ ଚଳାଇବା ପାଇଁ ସେମାନେ ମୋବାଇଲରେ ନେଟୱାର୍କ ନ ପାଇ, ବହୁ ଅସୁବିଧାର ସମ୍ମୁଖୀନ ହୋଉ ଛନ୍ତି। ସେହି ପରି ଗତ କିଛି ଦିନ ହେଲା ଡାବୁଗାଁ ସମେତ ଆଖପାଖ ଅଞ୍ଚଳରେ ୪ଜି ମୋବାଇଲ ଡାଟା ବହୁତ ୨ଜି ଭଳି ଚାଲୁଥିବା ଅଭିଯୋଗ ହୋଇଛି । ବିଭିନ୍ନ କାରଣରୁ ଦିନର ଅନେକାଂଶରେ ୪ଜି ଡାଟା ସେବା ଗତି ମନ୍ଥର ରହୁଥିବା ବେଳେ ଜରୁରୀକାଳୀନ ସମୟରେ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି । ଏବେ ସବୁଠି ମୋବାଇଲ ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ବିଶେଷ କରି ଅର୍ଥ ଦେଣନେଣ କାରବାର ସମୟରେ ଇଣ୍ଟରନେଟ ସର୍ଭିସ ମନ୍ଥର ହୋଇଗଲେ ସମ୍ପୃକ୍ତ ହିତାଧ୍ୟାକାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଡାଟା ଗତି ବଢାଇବା ପାଇଁ ଆରମ୍ଭ ହୋଇଥିବା ୫-ଜି ସେବାରେ ଏହି ବ୍ୟତିକ୍ରମ ଦେଖାଯାଉଛି।, ବୃଦ୍ଧି ଘଟିବା ଜାଗାରେ ଦିନକୁ ଦିନ ଡାଟା ସ୍ପିଡ୍ କମ ହୋଇଯାଉଥିବା ପରିଲକ୍ଷିତ ହୋଇଛି । ସେହିପରି ଘର ଭିତରକୁ ଗଲା ପରେ ଜିଓ ଡାଟା ସେବା ଠିକ ଭାବରେ ମିଳୁନାହିଁ । ଏ ସମସ୍ୟା ସମ୍ପର୍କରେ ଜିଓ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଖାଲି ଜିଓ ନାହିଁ ଏୟରଟେଲ ଉପଭକ୍ତା ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ ଦେଖୁବକୁ ମିଳୁଛି ଡାବୁଗାଁ ଆଞ୍ଚଲରେ।