ନବରଙ୍ଗପୁର:-ରାୟଗଡ଼ା ଜିଲ୍ଲା ଦେବଗିରି କ୍ରାନ୍ତି ଆଶ୍ରମ ର ପ୍ରତିଷ୍ଠାତା, ଋଷି ସଂବିଧାନ ର ଅନ୍ୟତମ ପୃଷ୍ଠପୋଷକ ଏବଂ ହିନ୍ଦୁ ମହାସଂଘ ର ମାର୍ଗଦର୍ଶକ କ୍ରାନ୍ତି ଗିରି ମହାରାଜ ( କ୍ରାନ୍ତି ବାବା) ଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଛି। ଅନ୍ୟାୟ ଧର୍ମାନ୍ତରଣ ଓ ଅବୈଧ ଗୋ ଚାଲାଣ କୁ ସବୁବେଳେ ବିରୋଧ କରୁଥିବା ସାଧୁ କ୍ରାନ୍ତି ବାବା ଙ୍କ ଉପରେ ଗତ ୧୪ ନଭେମ୍ବର ସନ୍ଧ୍ୟା ସମୟରେ କଲ୍ୟାଣସିଂହପୁର ଠାରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ହିନ୍ଦୁ ବିରୋଧୀ ଏବଂ ଗୋ ଚାଲାଣ କାରୀ ମାନଙ୍କ ହାତ ଥାଇପାରେ ବୋଲି ହିନ୍ଦୁ ମହାସଂଘ ସନ୍ଦେହ ପ୍ରକାଶ କରିଛି। ବାବା ଙ୍କ ଘନିଷ୍ଠ ସହଯୋଗୀ ତଥା ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏହି ପରିପ୍ରେକ୍ଷୀରେ ବାବା ଙ୍କ ଉପରେ ହୋଇଥିବା ଆକ୍ରମଣ ର ତଦନ୍ତ ଅଭିଜ୍ଞ ସମ୍ପନ୍ନ ଉଚ୍ଚ ପୋଲିସ ଅଧିକାରୀ କିମ୍ବା "ସିବି - ସିଆଇଡି" ଦ୍ବାରା କରାଇବାକୁ ଦାବି କରିଛନ୍ତି । ବାବା ଙ୍କ ଘନିଷ୍ଠ ଥିବା ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବିଶ୍ବାସ, ରାଷ୍ଟ୍ରୀୟ ଭବାନୀ ବାହିନୀ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ପ୍ରବକ୍ତା ଚିନ୍ମୟୀ ସାହୁ, ଭବାନୀ ବାହିନୀ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ରନାଲୀ ପାଣିଗ୍ରାହୀ,ଉଦିତ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଶରତ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଭାରତୀ ବିଷୟୀ, ପାର୍ବତୀ ଦାଶ, ଥବିର ପନକା,ଟିନା ବଳିୟାର ସିଂହ, ନିର୍ମଳା ବିଷୟୀ , ଅଭି ନାୟକ, ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପରମେଶ୍ବର ରାଓ, ପ୍ରହଲ୍ଲାଦ ନାୟକ, ବିଶ୍ବଜିତ ଦାସ, ଗୋରା ହରିଜନ, ମହେନ୍ଦ୍ର ପାତ୍ର ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି । ଦୋଷୀ ବ୍ୟକ୍ତି ଓ ଷଡ଼ଯନ୍ତ୍ର କାରୀ ମାନଙ୍କୁ ଯଥା ଶୀଘ୍ର ଗିରଫ ନକଲେ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ସୂଚନା ମିଳୁଛି।