Tuesday, August 23, 2022
Homeକୋଟପାଡ଼ ଭନ୍ ସୁଲି ଗ୍ରାମ ପଞ୍ଚାୟତ ଠାରେ ନୂତନ ଲ୍ୟାମ୍ପସ ଉଦ୍ଘାଟିତ

କୋଟପାଡ଼ ଭନ୍ ସୁଲି ଗ୍ରାମ ପଞ୍ଚାୟତ ଠାରେ ନୂତନ ଲ୍ୟାମ୍ପସ ଉଦ୍ଘାଟିତ

କୋଟପାଡ଼ ନିପ୍ରା
ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଅନ୍ତର୍ଗତ ଭନ୍ସୁଲି ଗ୍ରାମ ପଞ୍ଚାୟତ ଠାରେ ଗୋଟିଏ ନୂତନ ଲ୍ୟମ୍ପସ ଉଦ୍ଘାଟିତ ହୋଇଯାଇଛି।କୋଟପାଡ଼ ଲ୍ୟାମ୍ପ୍ପ ର ସଭାପତି ପଦ୍ମା ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେ ସି ସି ବ୍ୟାଙ୍କ ର ଉପା ଧକ୍ଷା ଦୁର୍ପୁତା ଭତରା ,ଯୋଗ ଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପା ଧକ୍ଷ ତପନ ପାଣିଗ୍ରାହୀ ଓ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ବକ୍ସି,ଜିଲ୍ଲା ପାଣି ପଞ୍ଚାୟତର ସଭାପତି ବୀରେନ ବିଶୋଇ,ଏମ ଡି କୋଟପାଡ଼ ଲ୍ୟମ୍ପ୍ପ ରାଜେନ୍ଦ୍ର ନାୟକ,ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣ ପୂଜାରୀ, ମୂର୍ତହାଣ୍ଡି ଲ୍ୟଂପସ ଡାଇରେକ୍ଟର ରମା ବିଶୋଇ,ସାଗର ପାତ୍ର ଓ ଈଶ୍ୱର ମହାନ୍ତି,ପ୍ରମୁଖ ଯୋଗ ଦେଇ ଏହି ନୂତନ ଲ୍ୟାମ୍ପ ସ୍ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ନୂତନ ଲ୍ୟମ୍ପ ସ ଖୋଲିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି। ରଞ୍ଜୁ ପାତ୍ର ଏହି ସଭାର ପରିଚାଳନା କରିଥିବା ବେଳେ ସଞ୍ଜୟ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!