Tuesday, August 23, 2022
Homeଅଣ-ପାରମ୍ପାରିକ କ୍ରୀଡା ଅଦ୍ବିକା କପ-୨୦୨୩

ଅଣ-ପାରମ୍ପାରିକ କ୍ରୀଡା ଅଦ୍ବିକା କପ-୨୦୨୩

ମାଲକାନଗିରି । ତା:16/11
ଜ଼ିଲ୍ଲା ପ୍ରଶାସନ, ଆକ୍ସନ ଏଡ଼ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଡି.ଏନ.କେ ଖେଳ ପଡିଆ ମାଲକାନଗିରି ଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ଅଣ-ପାରମ୍ପରିକ କ୍ରୀଡା 'ଅଦ୍ବିକା କପ-୨୦୨୩' ଜ଼ିଲ୍ଲା ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି I ଏହି କ୍ରୀଡା ପ୍ରତିଯୋଗିତାରେ ୪ଟି କିଶୋରୀ ବାଳିକା ଦଳ ସରକାରୀ ପଲିଟେକନିକ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ, ଏମ.ଭି -୭ ଉଚ୍ଚ ବିଦ୍ୟାଳୟ, ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୭୦ ଜଣ କିଶୋରୀ ବାଳିକା  ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ I ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରିବା ଏବଂ ଖେଳ ମାଧ୍ୟମରେ କିଶୋରୀ ନେତୃତ୍ୱର ବିକାଶ କରିବା I ଏଥିପାଇଁ ଅଣପାରମ୍ପରିକ କ୍ରୀଡା ଏକ ମାଧ୍ୟମ ଅଟେ I କିଶୋରୀମାନଙ୍କୁ ନେଇ ସମାଜରେ ଥିବା ପରମ୍ପରାଗତ ଭ୍ରାନ୍ତ ଧାରଣାକୁ ଦୂର କରି ଝିଅ ପୁଅଙ୍କ ଭିତରେ ଭେଦଭାବ ନକରି ଝିଅଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେବା I ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି  ଭାବେ ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ପ୍ରଧାନ କହିଲେ ଯେ, ଖେଳ ମାଧ୍ୟମରେ କିପରି ଶିଶୁ ସୁରକ୍ଷା ହୋଇପାରିବେ ଏବଂ ଖେଳ କିପରି କିଶୋରୀମାନଙ୍କୁ ନେତୃତ୍ୱର ବିକାଶରେ ସହାୟକ ହେବ ତଥା ବାଲ୍ୟ ବିବାହ, ଶିଶୁ ନିର୍ଯାତନା, ଶିଶୁ ଶ୍ରମିକକୁ ରୋକିବାରେ ସହାୟକ ହେବ ସେଥିପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ I ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜ଼ିଲ୍ଲା ଶ୍ରମ ବିଭାଗର ଅଧିକାରୀ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇ କିଶୋରୀ ନେତୃତ୍ୱ ଉପରେ କହିଥିଲେ I ଆକ୍ସନଏଡ଼ର ଜ଼ିଲ୍ଲା ସଂଯୋଜକ ଦଳପତି ନାୟକ ଖେଳଟିକୁ ସଂଯୋଜନା କରୁଥିବା ବେଳେ ଇନ୍ଦିରା ପ୍ରଧାନ, ହିମାଂଶୁ ଖରା ପ୍ରମୁଖଙ୍କ ସହ ଜ଼ିଲ୍ଲାର ବିଭିନ୍ନ  ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ଏଥିରେ ସହଯୋଗ କରିଥିଲେ I କ୍ରୀଡ଼ାରେ ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା ଥିଲେ I ପୁରସ୍କାର ବିତରଣ ଉତ୍ସବରେ ଉପରକ୍ତ ଅତିଥି ଯୋଗ ଦେଇ ସମସ୍ତଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ I 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!