Tuesday, August 23, 2022
Homeଜିଲ୍ଲାରେ ସମବାୟ ସମିତି ସପ୍ତାହ ପାଳିତ

ଜିଲ୍ଲାରେ ସମବାୟ ସମିତି ସପ୍ତାହ ପାଳିତ

ମାଲକାନଗିରି, 16/11
ସମବାୟ ସମିତି ସମୂହ ମାଲକାନଗିରି ମଣ୍ଡଳ ପକ୍ଷରୁ ନଭେମ୍ବର ୧୪ ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାରେ ୭୦ ତମ ସମବାୟ ସପ୍ତାହ ପାଳନ କରାଯାଉଛି ।  ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମବାୟ ରଥକୁ ଜିଲ୍ଲାପାଳ ବିଶାଲ ସିଂ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବାୟ ସମିତି ସମୂହ ମାଲକାନଗିରି ମଣ୍ଡଳ ସହକାରୀ ନିବନ୍ଧକ ବିକାଶ ନାୟକ ଉପସ୍ଥିତ ଥିଲେ। ଏହି ରଥ ଜିଲ୍ଲାର ସମସ୍ତ ସୋସାଇଟି ଓ ପଞ୍ଚାୟତ ବୁଲି ସମବାୟ ଆନ୍ଦଳନର ବାର୍ତ୍ତା ପ୍ରଚାର କରିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ସମବାୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ କରାଯିବ। ସେହିପରି ସୁଭାଷ ବୋଷ ଛକ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଥିଲା। ଏଥିରେ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ସମ୍ମାନୀତ 
ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।  ଅନୁରୂପ ଭାବେ ସମବାୟ ସମିତି ସମୂହ ମାଲକାନଗିରି ମଣ୍ଡଳ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ଇନ୍ସପେକ୍ଟର ଅର୍ଜୁନ ଚରଣ ମହନ୍ତ, ଲାମ୍ପ ଏମଡି ଏବଂ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!